ଓଡ଼ିଶାଲାଇଭ୍ ବ୍ୟୁରୋ

କେନ୍ଦ୍ରାପଡ଼ା ଜିଲ୍ଲା ବିଜେପିରେ ବିବାଦ ଦେଖିବାକୁ ମିଳିଛି। ଜିଲ୍ଲା ସଭାପତିଙ୍କ ବିରୋଧରେ କିଛି ସଦସ୍ୟ ରାଜ୍ୟ ସଭାପତି ବସନ୍ତ ପଣ୍ଡାଙ୍କ ନିକଟକୁ ଲିଖିତ ଅଭିଯୋଗ ପତ୍ର ପଠାଇଛନ୍ତି। ସଭ୍ୟଙ୍କ ଅଭିଯୋଗ, ଯେ ବର୍ତ୍ତମାନ ଜିଲ୍ଲା ସଭାପତି ଅଛନ୍ତି ସେ ଦଳର ଉନ୍ନତି ପାଇଁ ସେମିତି କିଛି କାମ କରୁନାହାନ୍ତି।

ଏହା ସହିତ ଅନେକ କିଛି କଥା ଉଠାଇଛନ୍ତି ୬ଜଣ ଜିଲ୍ଲା ପରିଷଦ ସଭ୍ୟ। ଦଳୀୟ ସଙ୍ଗଠନରେ ଜିଲ୍ଲା ବିଜେପି ସଭାପତିଙ୍କ  ଅଭିଜ୍ଞତାକୁ ନେଇ ସେମାନେ ପ୍ରଶ୍ନ ଉଠାଇଛନ୍ତି। ଧର୍ମେନ୍ଦ୍ର ପ୍ରଧାନଙ୍କ ଗସ୍ତ ସମୟରେ ଏହି ବିବାଦ ଥିବାରୁ ଅଧିକ ସଂଖ୍ୟାରେ କର୍ମୀ ଯୋଗ ଦେଇନଥିବା ସେମାନେ କହିଛନ୍ତି।

ଜନ ପରାମର୍ଶ ପଦଯାତ୍ରାରେ ଖର୍ଚ୍ଚ ହେଉଥିବା ଟଙ୍କାରେ ମଧ୍ୟ ଏପଟ ସେପଟ କରାଯାଇଥିବା ଏହି ସଦସ୍ୟମାନେ କହିଛନ୍ତି। ରାଜ୍ୟ ସଭାପତି ଯଦି ଏନେଇ କିଛି ପଦକ୍ଷେପ ନନେବେ ତେବେ ଆଗାମୀ ଦିନରେ ସେମାନେ ବିକଳ୍ପ ବାଛିବେ ବୋଲି କହିଛନ୍ତି।

Comment