ଓଡ଼ିଶାଲାଇଭ୍ ବ୍ୟୁରୋ

ଭାରତୀୟ ମହିଳା କ୍ରିକେଟ ଦଳର କୋଚ୍ ନିଯୁକ୍ତି ପାଇଁ ସର୍ଟଲିଷ୍ଟ୍‌ରେ ରହିଛନ୍ତି ଗ୍ୟାରି କିର୍ଷ୍ଟନ, ଡବ୍ଲ୍ୟୁଭି ରମଣ।

ଭାରତୀୟ ମହିଳା କ୍ରିକେଟ ଦଳର ନୂଆ କୋଚ୍ ନିଯୁକ୍ତି ପାଇଁ ସାକ୍ଷାତକାର ଶେଷ ହୋଇଛି। ଏହି ପଦ ପାଇଁ ସର୍ଟଲିଷ୍ଟରେ ରହିଛନ୍ତି ଗ୍ୟାରି କିର୍ଷ୍ଟନ ଓ ଡବ୍ଲ୍ୟୁଭି ରମଣ। ଗରୁବାର ନୂଆ କୋଚ୍ ନିଯୁକ୍ତି ପାଇଁ ମୁମ୍ବାଇରେ ବିସିସିଆଇ ପକ୍ଷରୁ ଏହି ସାକ୍ଷାତକାର ହୋଇଛି।

ନୂଆ କୋଚ୍ ପାଇଁ କିର୍ଷ୍ଟନଙ୍କ ଉପରେ ସମସ୍ତଙ୍କ ନଜର ରହିଛି ।ତେବେ ଭାରତୀୟ ପୁରୁଷ କ୍ରିକେଟ ଦଳକୁ ମାର୍ଗ ଦର୍ଶନ ଦେବାପରେ ସେ ଏବେ ମହିଳା କ୍ରିକେଟ ଦଳର ନୂଆ ମାର୍ଗ ଦର୍ଶକ ହୋଇପାରନ୍ତି।

ବିସିସିଆଇର ଚୟନ କମିଟିରେ ପୂର୍ବତନ କ୍ୟାପଟେନ କପିଲ ଦେବ, ଅଂଶୁମାନ ଗାୟିକଓ୍ଵାଡ, ଏସ୍ ରଙ୍ଗାସ୍ଵାମୀ ରହିଥିଲେ। ସାକ୍ଷାତକାର ନେବା ପରେ ଚୟନ କମିଟି ଏହି ଦୁଇ ଜଣଙ୍କ ନାମ ସୁପାରିଶ କରିଛନ୍ତି।

କିର୍ଷ୍ଟନ ଭାରତୀୟ ପୁରୁଷ କ୍ରିକେଟ ଦଳର କୋଚ୍ ରହିଥିଲାବେଳେ ୨୦୧୧ରେ ଦଳ ବିଶ୍ଵକପ୍ ଜିତିଥିଲା। ୨୦୧୧ରୁ ୨୦୧୩ ସେ ସାଉଥ୍ ଆଫ୍ରିକାର କୋଚ୍ ରହିଥିଲେ। ଏବେ ସେ ଆଇପିଏଲରରେ ରୟାଲ ଚ୍ୟାଲେଞ୍ଜର ବେଙ୍ଗାଳୁରର କୋଚ୍ ଅଛନ୍ତି।

ଏହି ପଦ ପାଇଁ ୨୮ ଜଣ ପ୍ରାର୍ଥୀ ଆବେଦନ କରିଥିଲେ। ସେମାନଙ୍କୁ ଭିତରୁ ୧୦ ଜଣକୁ ସର୍ଟଲିଷ୍ଟ୍‌ କରାଯାଇଥିଲା। ଯେଉଁମାନଙ୍କୁ ସାକ୍ଷାତକାରପାଇଁ ଡକାଯାଇଥଇଲା ସେମାନଙ୍କ ଭିତରେ ଗ୍ୟାରି କିର୍ଷ୍ଟନ, ହର୍ସଲ ଗିବ୍ସ, ରମେଶ ପାୱାର ରହିଥିଲେ। ଏମାନଙ୍କ ବ୍ୟତୀତ ଡବ୍ଲ୍ୟୁବି ରମଣ, ଭେଙ୍କଟେସ ପ୍ରସାଦ, ଟ୍ରେଣ୍ଟ ଜନସନ, ମାର୍କ କୋଲ୍ସ, ମନୋଜ ପ୍ରଭାକର, ବ୍ରେଡ ହଗ, ଦିମିତ୍ରୀ ମାସ୍କରେହନ୍ସ ସାମିଲ ଥିଲେ।

Comment