ଓଡ଼ିଶାଲାଇଭ୍‌ ବ୍ୟୁରୋ

ପତଞ୍ଜଳୀ ଓ ହରିୟାଣା ରାଜ୍ୟ ସରକାରଙ୍କ ମିଳିତ ଉଦ୍ୟମରେ ହରିୟାଣାରେ ‘ୱାର୍ଲ୍ଡ ହର୍ବାଲ ଫରେଷ୍ଟ ପ୍ରୋଜେକ୍ଟ’ ଉଦଘାଟିତ ହୋଇଛି।

ଭାରତରେ ୱାର୍ଲ୍ଡ ହର୍ବାଲ ଫରେଷ୍ଟ ପ୍ରୋଜେକ୍ଟ ଉଦଘାଟିତ ହୋଇଛି। ହରିୟାଣାର ମୋରନୀ ପାହାଡ଼ରେ ପ୍ରାୟ ୧୦୦ ଏକର ଜମିରେ ଏହି ଫରେଷ୍ଟ ନିର୍ମାଣ କରାଯାଇଛି। ଗୁରୁବାର ହରିୟାଣା ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟର ଏହାକୁ ଉଦଘାଟନ କରିଥିଲେ। ଆର୍ୟୁବେଦୀ ବ୍ରାଣ୍ଡ୍‌ ପତଞ୍ଜଳୀ ଓ ହରିୟାଣା ରାଜ୍ୟ ସରକାରଙ୍କ ମିଳିତ ଉଦ୍ୟମ ଏହାକୁ ଆରମ୍ଭ କରାଯାଇଛି।

ଉଦଘାଟନ ଉତ୍ସବରେ ଯୋଗଗୁରୁ ବାବା ରାମଦେବ ଓ ପତଞ୍ଜଳୀ ସଂସ୍ଥାର ସିଇଓ ଆଚାର୍ଯ୍ୟ ବାଳକ୍ରିଷ୍ଣା ଉପସ୍ଥିତ ଥିଲେ। ଏହି ହର୍ବାଲ ଫରେଷ୍ଟରେ ୧୧୦୦ ଔଷଧିୟ ଗଛ ରହିବା ସହ ଏଠାରେ ୨୫ ହଜାର ରୁ ଅଧିକ ଆର୍ୟୁବେଦୀ ଜଡ଼ିବୁଟି ଦେଖିବାକୁ ମିଳିବ।

“ହର୍ବାଲ ଫରେଷ୍ଟ  ନିର୍ମାଣ ଦ୍ୱାରା ହରିୟାଣା ରାଜ୍ୟ ପର୍ଯ୍ୟଟନ କ୍ଷେତ୍ରରେ ଦେଶରେ ଆଗୁଆ ରହିବ। ଏହି ଫରେଷ୍ଟ ସମଗ୍ର ବିଶ୍ୱକୁ ସମର୍ପିତ”, ବାବା ରାମଦେବ କହିଛନ୍ତି।

Comment