ଓଡ଼ିଶାଲାଇଭ୍ ବ୍ୟୁରୋ

ଭାରତୀୟ ମହିଳା କ୍ରିକେଟ ଦଳର ନୂଆ କୋଚ୍ ଭାବେ ନିଯୁକ୍ତ ହେଲେ ଡବ୍ଲ୍ୟୁଭି ରମଣ।

ଭାରତୀୟ ମହିଳା କ୍ରିକେଟ ଦଳର ନୂଆ କୋଚ୍ ଭାବେ ଡବ୍ଲ୍ୟୁଭି ରମଣ ନିଯୁକ୍ତ ହୋଇଛନ୍ତି। ଚୟନ କମିଟିର ପ୍ରଥମ ପସନ୍ଦ ଗ୍ୟାରି କିର୍ଷ୍ଟନ ହୋଇଥିଲେ ହେଁ ରମଣଙ୍କୁ ନିଯୁକ୍ତି ମିଳିଛି।

ବିସିସିଆଇର ଜଣେ ଅଧିକାରୀ କହିଛନ୍ତି, କିର୍ଷ୍ଟନ ଏବେ ଆଇପିଏଲରେ ରୟାଲ ଚ୍ୟାଲେଞ୍ଜର ବେଙ୍ଗାଳୁରର କୋଚ୍ ଅଛନ୍ତି। ସେ ତାଙ୍କ ପଦ ଛାଡ଼ିବାକୁ ଚାହୁଁନାହନ୍ତି। ସେଥିପାଇଁ ରମଣଙ୍କୁ ନିଯୁକ୍ତି ଦିଆଯାଇଛି।

ରମଣ ଦେଶ ପାଇଁ ୧୧ଟି ଟେଷ୍ଟ, ୨୭ଟି ୱାନ ଡେ, ଖେଳିଛନ୍ତି। ତାମିଲନାଡୁ ରଣଜୀ ଟିମକୁ ବି କୋଚିଂ ଦେଇଛନ୍ତି। ସାକ୍ଷାତକାର ପରେ ଏହି ପଦ ପାଇଁ ସର୍ଟଲିଷ୍ଟରେ ରହିଥିଲେ ଗ୍ୟାରି କିର୍ଷ୍ଟନ ଓ ଡବ୍ଲ୍ୟୁଭି ରମଣ। ବିସିସିଆଇ ପକ୍ଷରୁ ଏହି ସାକ୍ଷାତକାର ହୋଇଥିଲା।

ଏହି ପଦ ପାଇଁ ୨୮ ଜଣ ପ୍ରାର୍ଥୀ ଆବେଦନ କରିଥିଲେ। ସେମାନଙ୍କୁ ଭିତରୁ ୧୦ ଜଣକୁ ସାକ୍ଷାତକାର ପାଇଁ ସର୍ଟଲିଷ୍ଟ୍‌ କରାଯାଇଥିଲା।

Comment