ଓଡ଼ିଶାଲାଇଭ୍ ବ୍ୟୁରୋ

ଏବେ ପେଟିଏମରେ ଟିକେଟ୍‌ ବୁକିଂ କଲେ ଲାଗିବନି ଟ୍ରାଞ୍ଜାକ୍‌ସନ ଚାର୍ଜ

ରେଳଯାତ୍ରୀଙ୍କ ପାଇଁ ଖୁସି ଖବର। ଯଦି ଆପଣ ଟିକେଟ ବୁକ୍ କରିବା ପରେ ଡିଜିଟାଲ ମାଧ୍ୟମରେ ଏହି ଟଙ୍କାକୁ ଭରୁଛନ୍ତି ଏବଂ ଏହି କାରଣରୁ ହେଉଥିବା ଟ୍ରାଜାକସନ ଚାର୍ଜ ପାଇଁ ଚିନ୍ତିତ ହେଉଛନ୍ତି। ତେବେ ଏବେ ଏହି ଖବର ଆପଣ ପଢିବା ନିହାତି ଦରକାର। ମୋବାଇଲ ୱାଲେଟ କମ୍ପାନୀ ପେଟିଏମ୍ , ଟିକେଟ ବୁକିଂ ପାଇଁ ଲାଗୁଥିବା ସମସ୍ତ ଦେୟକୁ ହଟାଇଦେଇଛିଛି। ଏହି ସୁବିଧା ପେଟିଏମ୍ ଆପ୍ ଏବଂ ୱେବସାଇଟରେ ମିଳିବ।

ପେଟିଏମ୍ ତରଫରୁ କୁହାଯାଇଛି ଯେ ଏବେ  ଉପଭୋକ୍ତା ସେବା ଶୁଳ୍କ, ପେମେଣ୍ଟ ଗେଟୱେ ଶୁଳ୍କ ବା କୌଣସି ଅନ୍ୟ ପ୍ରକାରର ନେଣଦେଣ ଶୁଳ୍କ, ପେମେଣ୍ଟ ଗେଟୱେ ଏବଂ ସେବା ଶୁଳ୍କ ନଦେଇ ପେଟିଏମ ଦ୍ବାରା ଟ୍ରେନ ଟିକେଟ ବୁକିଂ କରିପାରିବେ। ଏବେ ଯାତ୍ରୀ ମାନେ ମୋବାଇଲ ଆପ୍ କିମ୍ବା ୱେବସାଇଟରେ ପିଏନଆର ଷ୍ଟାଟସ ଚେକ୍ କରିବା ଠାରୁ ଟିକେଟ ବୁକ୍ କରିବା ପର୍ଯ୍ୟନ୍ତ ସମସ୍ତ କାମ ଗୋଟିଏ ମିନିଟ ଭିତରେ ହୋଇଯିବ। ଟିକେଟ ରଦ୍ଦ କଲେ ମଧ୍ୟ ରିଫଣ୍ଡ ତତ୍‌କାଳ ମିଳିଯିବ।

କମିଲା ତତ୍‌କାଳ ଟିକେଟର ସମୟ

ପେଟିଏମ୍ ତାର ଆପରେ ତତ୍‌କାଳ ଟିକେଟ ବୁକ୍ କରିବାର ସମୟକୁ କମ୍ କରିଦେଇଛନ୍ତି। ଏହା ପୂର୍ବରୁ ପେଟିଏମରେ ପ୍ରତିଦିନ ସକାଳ ୧୧.୩୦ ପରେ ତତ୍‌କାଳ ଟିକେଟର ବୁକିଂ ଆରମ୍ଭ ହେଉଥିଲା। ଯାହା ଏବେ ୧୧.୧୫ରେ କରିପାରିବେ। ୧୫ ମିନିଟ ସମୟ କମିଯିବାରୁ ଲୋକମାନଙ୍କୁ ଫାଇଦା ମିଳିବ, ଖାସ କରି ସେହି ଲୋକମାନଙ୍କ ପାଇଁ ଯେଉଁମାନେ ଆଇଆରସିଟିସିର ୱେବସାଇଟରେ ତତ୍‌କାଳ ଟିକେଟ ବୁକ୍ କରିବାରେ ସମସ୍ୟାର ସାମ୍ନା କରିବାକୁ ପଡୁଥିଲା।

Comment