ଓଡ଼ିଶାଲାଇଭ୍ ବ୍ୟୁରୋ

ହୋଇପାରେ ଆପଣ ଦୋକାନ କିମ୍ବା ହୋଟେଲକୁ ଯାଇଛନ୍ତି ଖାଇବା ଆଣିବା ଲାଗି ମାତ୍ର ଖାଦ୍ୟର ପ୍ୟାକିଂ ସମ୍ପୁର୍ଣ୍ଣ ଅଲଗା ହୋଇଛି। ଏହା ଶୁଣି ଆପଣ ଆଶ୍ଚର୍ଯ୍ୟ ହୁଅନ୍ତୁ ନାହିଁ। ଆଜ୍ଞା ହଁ ଖୁବ ଶୀଘ୍ର ବଦଳିବ ଖାଦ୍ୟ ପ୍ୟାକିଂର ପ୍ରଣାଳୀ। ବିଶେଷ ସୁତ୍ରର ସୂଚନାନୁସାରେ (ଏଫଏସଏସଏଆଇ) ଖାଦ୍ୟ ପ୍ୟାକିଂର ନୂଆ ନିୟମ ଆଣିପାରନ୍ତି। ନୂଆ ନିୟମ ଆସିବାପରେ ଖାଦ୍ୟ ପ୍ୟାକିଂର ପ୍ରଣାଳୀ ସମ୍ପୁର୍ଣ୍ଣ ଅଲଗା ହେବ।(ଏଫଏସଏସଏଆଇ) ଖାଦ୍ୟ ପ୍ୟାକିଂର ନୂଆ ନିୟମକୁ ନେଇ ଅନେକ ଦିନରୁ କାମ କରୁଛି।

ପୂର୍ବ ନିୟମ ଅନୁସାରେ ପ୍ୟାକିଂ ସମୟରେ ଆଲୁମନିୟମ, କପର, ପ୍ଲାଷ୍ଟିକ୍ ଓ ଟିନ୍‌ର ବ୍ୟବହାର କରାଯାଇଥାଏ। ଯାହା ଶରୀର ପାଇଁ କ୍ଷତିକାରକ ଅଟେ। ମାତ୍ର ଆଉ ଏବେ ଖାଇବା ପ୍ୟାକିଂ ସମୟରେ ଶରୀରକୁ କ୍ଷତି ପହଞ୍ଚାଉଥିବା ଜିନିଷର ବ୍ୟବହାର କରାଯିବ ନାହିଁ। ଲୋକଙ୍କ ସ୍ୱାସ୍ଥ୍ୟକୁ ନଜରରେ ରଖି (ଏଫଏସଏସଏଆଇ) ଏଭଳି ନିଷ୍ପତ୍ତି ନେଉଛି। ଯେଉଁ ପଦାର୍ଥରେ ଖାଦ୍ୟ ପ୍ୟାକିଂ କରାଯିବ, ତାର ମାତ୍ରା ନିର୍ଣ୍ଣୟ କରାଯିବ। ଏହା ସହିତ ରି ସାଇକିଲ୍ ହୋଇପାରୁଥିବା ପ୍ଲାଷ୍ଟିକକୁ ବ୍ୟବହାର କରାଯିବ ନାହିଁ।

ଏବେ ବିଆଇଏସ ପାଖରେ ଖାଦ୍ୟ ପ୍ୟାକିଂର ନିୟମ ଅଛି। ମାତ୍ର ବିଧିବଦ୍ଧଭାବେ ନଥିଲା। ମାତ୍ର ଏବେ (ଏଫଏସଏସଏଆଇ) ର ନିୟମ ବିଧିବଦ୍ଧ ହେବ। (ଏଫଏସଏସଏଆଇ) ଖାଦ୍ୟ ପ୍ୟାକିଂର ସମସ୍ତ ଦିଗ ଉପରେ ଧ୍ୟାନ ଦେବ।

ନୂଆ ନିୟମ ଅନୁସାରେ ପ୍ୟାକିଂରେ ଯେଉଁସବୁ ପଦାର୍ଥ ରହିବ ତାର ସମ୍ପୂର୍ଣ୍ଣ ସୂଚନା ପ୍ୟାକିଂ କଭରରେ ଲେଖାଯିବ। ପ୍ୟାକିଂ ସେମିତି କୌଣସି ପଦାର୍ଥରେ ହେବନାହିଁ ଯାହା ଶରୀର ପାଇଁ କ୍ଷତିକାରକ ହେବ। ନୂଆ ନିୟମ ଅନୁସାରେ ପ୍ୟାକିଂରେ ଦୁଇଟି ଲେୟାର ରହିବ। ଏହାଫଳରେ ଖାଦ୍ୟ ପ୍ୟାକେଟ୍ ଅଧିକ ସୁରକ୍ଷିତ ରହିବ। ତେବେ ନୂଆ ନିୟମ ନିଶ୍ଚିତ ଭାବେ ଆଗାମୀ ଦିନରେ ଲୋକଙ୍କ ପାଇଁ ଉପାଦେୟ ହେବ ବୋଲି ଲୋକେ ଆଶାବାଦୀ ଅଛନ୍ତି।

Comment