ଓଡ଼ିଶାଲାଇଭ୍‌ ବ୍ୟୁରୋ

ଆଜି ଟ୍ରିପଲ ତଲାକ୍‌ ବିଲ ଉପରେ ଲୋକସଭାରେ ଆଲୋଚନା ହୋଇପାରେ। ଏହାକୁ ପାରିତ କରିବା ଲାଗି ପୂର୍ବରୁ ଅନେକ ଚେଷ୍ଟା କରିଛନ୍ତି କେନ୍ଦ୍ର ସରକାର। ଆଜି ମଧ୍ୟ ଏହି ବିଲ ପାରିତ କରିବା ଲାଗି ପ୍ରସ୍ତୁତି କରିଛନ୍ତି କେନ୍ଦ୍ର ସରକାର।

ପୂର୍ବରୁ ୨୭ ଡିସେମ୍ବରରେ ଟ୍ରିପଲ ତଲାକ୍‌ ବାବଦରେ ଆଲୋଚନା କରାଯିବାକୁ ଦିନ ଧାର୍ଯ୍ୟ କରାଯାଇଥିଲା। ଟ୍ରିପଲ ତଲାକ୍‌କୁ ଦଣ୍ଡଭୁକ୍ତ ଅପରାଧ ଘୋଷଣା କରିବା ଲାଗି ଡିସେମ୍ବର ୧୭ରେ ଦାବି କରାଯାଇଥିଲା।

ଟ୍ରିପଲ ତଲାକ୍‌ ବିଲକୁ କେତେକ ରାଜନୈତିକ ଦଳର ବିରୋଧକୁ ଦୃଷ୍ଟିରେ ରଖି ଏହି ବିଲରେ ଦୋଷୀକୁ ଜାମିନର ବ୍ୟବସ୍ଥା ସହିତ ଆଉ କିଛି ସଂଶୋଧନ କରିଛନ୍ତି କେନ୍ଦ୍ର ସରକାର। ଏହା ସହିତ ଏହି ବିଲ ଉପରେ କଂଗ୍ରେସର ଷ୍ଟାଣ୍ଡ କଣ ହେବ ତାହା ଉପରେ ମଧ୍ୟ ସମସ୍ତଙ୍କର ନଜର ରହିଛି। ଟ୍ରିପଲ ତଲାକ୍ ବିଲ ଯଦି ଆଜି ଲୋକସଭାରେ ପାରିତ ହେଉଛି ତେବେ ଏହା ଆଗାମୀ ନିର୍ବାଚନ ସମୟରେ କେନ୍ଦ୍ର ସରକାରଙ୍କ ଏକ ବଡ ମୁଦ୍ଦା ହେବ।

Comment