ଓଡ଼ିଶାଲାଇଭ୍‌ ବ୍ୟୁରୋ

ସରି ଆସୁଛି-୨୦୧୮। ଏହି ବର୍ଷରେ ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି କେମିତି ଅଛି ସେ ସମ୍ପର୍କରେ ପୋଲିସ ଡିଜି ଡାକ୍ତର ରାଜେନ୍ଦ୍ର ପ୍ରସାଦ ଶର୍ମା ଶନିବାର ସାମ୍ବାଦିକ ସମ୍ମିଳନୀ କରି ବିସ୍ତୃତ ରିପୋର୍ଟ ଦେଇଛନ୍ତି।

ପୋଲିସ ଡିଜି ମାଓବାଦୀ ଦମନ ଏବଂ ଆନ୍ଦୋଳନ ଦ୍ୱାରା ସର୍ବସାଧାରଣ ସମ୍ପତ୍ତି ନଷ୍ଟ ଉପରେ ସୂଚନା ଦେଇଛନ୍ତି।

“୨୦୧୮ରେ ମାଓବାଦୀ ଦମନରେ କେତେକାଂଶରେ ଓଡ଼ିଶା ପୋଲିସକୁ ସଫଳତା ମିଳିଛି। ୧୯ ଜଣ ମାଓବାଦୀ ନିହତ ହୋଇଛନ୍ତି। ୩୯ ଜଣ ଗିରଫ ହୋଇଛନ୍ତି ଏବଂ ୨୭ ଜଣ ଆତ୍ମସମର୍ପଣ କରିଛନ୍ତି। ଆତ୍ମସମର୍ପଣ କରୁଥିବା ମାଓବାଦୀଙ୍କୁ ସରକାରଙ୍କ ଯୋଜନା ଆଧାରରେ ଥଇଥାନ କରାଯାଉଛି”, କହିଛନ୍ତି ଡାକ୍ତର ରାଜେନ୍ଦ୍ର ପ୍ରସାଦ ଶର୍ମା।

ଡିଜି ଆହୁରି କହିଛନ୍ତି ଯେ ସାଧାରଣ ଆନ୍ଦୋଳନ ଦ୍ୱାରା ସର୍ବସାଧାରଣଙ୍କ ସମ୍ପତ୍ତି ନଷ୍ଟ ହେଉଥିବା ଅଭିଯୋଗ ହୋଇଛି। ଏହା ଆଦୌ ଗ୍ରହଣୀୟ ନୁହେଁ। ଏହାକୁ କେବେ ବରଦାସ୍ତ କରାଯିବନି। ୨୦୧୮ରେ ଆନ୍ଦୋଳନ ଯୋଗୁଁ ୩ଟି ସ୍ଥାନରେ ସର୍ବସାଧାରଣ ସମ୍ପତ୍ତି ନଷ୍ଟ ହୋଇଥିଲା। ସେମାନଙ୍କୁ ଚିହ୍ନଟ କରାଯାଇଛି।

Comment