ଓଡ଼ିଶାଲାଇଭ୍‌ ବ୍ୟୁରୋ

ବିଶ୍ୱରେ ସବୁଠାରୁ ଅଧିକ ବ୍ୟବହାର କରାଯାଉଥିବା ମେସେଜିଙ୍ଗ୍ ଆପ୍ ହ୍ୱାଟ୍ସଆପ୍। ହ୍ୱାଟ୍ସଆପ୍‌କୁ କୋଟି କୋଟି ଲୋକ ଏହାକୁ ଡାଉନ୍‌ଲୋଡ କରି ବ୍ୟବହାର କରୁଛନ୍ତି। ତେବେ ଦୀର୍ଘ ଦିନ ଧରି ଏହି ଆପ୍‌କୁ ବ୍ୟବହାର କରୁଥିବା କିଛି ୟୁଜର୍ସଙ୍କ ପାଇଁ ଖରାପ ଖବର ନେଇ ଆସିଛି ହ୍ୱାଟ୍ସଆପ୍।

ହ୍ୱାଟ୍ସଆପ୍ ସେହି ଅପରେଟିଙ୍ଗ୍ ସିଷ୍ଟମର ତାଲିକା ଜାରି କରିଛି, ଯେଉଁଥିରେ ୩୧ ଡିସେମ୍ବର ୨୦୧୮ ପରେ ଏହି ଆପ୍ ସପୋର୍ଟ କରିବନି।

କେଉଁ ସ୍ମାର୍ଟଫୋନରେ କାମ କରିବନି ହ୍ୱାଟ୍ସଆପ୍

ମିଳିଥିବା ସୂଚନା ଅନୁସାରେ, ଯେଉଁ ୟୁଜର୍ସ ନୋକିଆ ଏସ୍-୪୦ ଏବଂ ଏସ୍-୪୦ ଅପରେଟିଙ୍ଗ୍ ସିଷ୍ଟମ୍ ବ୍ୟବହାର କରୁଛନ୍ତି, ସେମାନଙ୍କ ଫୋନରେ ନୂଆ ଫିଚର୍ ଡେଭଲପ୍ କରିବନି ହ୍ୱାଟ୍ସଆପ୍।

ଏହାଛଡ଼ା  ଆଣ୍ଡ୍ରଏଡ୍ ଭର୍ସନ ୨.୩.୭ ଏବଂ ଏହା ପୂର୍ବର ଅପରେଟିଙ୍ଗ୍ ସିଷ୍ଟମ, ଆଇଓଏସ୍-୭ ଏବଂ ଏହାଠୁ ପୁରୁଣା ଅପରେଟିଙ୍ଗ୍ ସିଷ୍ଟମରେ ଚାଲୁଥିବା ଆଇଫୋନରେ ମଧ୍ୟ ୧ ଫେବୃଆରୀ ୨୦୨୦ରୁ କାମ କରିବନି ହ୍ୱାଟ୍ସଆପ୍।

କାହିଁକି ବନ୍ଦ ହେବ ହ୍ୱାଟ୍ସଆପ୍

ହ୍ୱାଟ୍ସଆପ୍‌ର କହିବା ଅନୁଯାୟୀ ଏହି ସବୁ ପ୍ଲାଟଫର୍ମରେ ନୂଆ ଫିଚର୍ ଡେଭେଲପ୍ କରିବନି କମ୍ପାନି। କାରଣ ହ୍ୱାଟ୍ସଆପ୍ ଆଗାମୀ ସାତ ବର୍ଷ ଉପରେ ଫୋକସ୍ କରୁଛି, ତେଣୁ ସେହି ଫୋନ୍ ଉପରେ ବେଶୀ ଧ୍ୟାନ ଦେବ ଯାହାକୁ ଅଧିକ ଲୋକ ବ୍ୟବହାର କରୁଛନ୍ତି। ଏହା ପୂର୍ବରୁ ୨୦୧୭ ଡିସେମ୍ବର ୩୧ ଅର୍ଥାତ ଆଜିକୁ ଠିକ୍ ଏକ ବର୍ଷ ପୂର୍ବେ ୱିଣ୍ଡୋଜ୍ ୮.୦, ବ୍ଲାକବେରୀ ଅପରେଟିଂ ସିଷ୍ଟମ୍‌ରୁ ହ୍ୱାଟ୍ସଆପ୍ ସପୋର୍ଟ ହଟାଇ ଦିଆଯାଇଥିଲା।

Comment