ଓଡ଼ିଶାଲାଇଭ୍‌ ବ୍ୟୁରୋ

ଶୀତରେ ଥରୁଛି ସାରା ରାଜ୍ୟ। ରାତିରେ ପାରଦ ୧୦ ଡିଗ୍ରୀ ତଳକୁ ଖସି ଆସୁଛି। ଉପକୂଳ ଓଡ଼ିଶାରୁ ଆରମ୍ଭ କରି ପଶ୍ଚିମ ଓଡ଼ିଶା, ଦକ୍ଷିଣ ଓଡ଼ିଶା ପର୍ଯ୍ୟନ୍ତ ସବୁଠି ଥଣ୍ଡାର ପ୍ରକୋପ ଲାଗିରହିଛି। ଅସହ୍ୟ ଥଣ୍ଡା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇଗଲାଣି। ଆଭ୍ୟନ୍ତରୀଣ ଓଡ଼ିଶାରେ ପାରଦ ଦିନକୁ ଦିନ ରେକର୍ଡ ଭାଙ୍ଗୁଛି।

ଆସନ୍ତା ଦୁଇ ଦିନ ପର୍ଯ୍ୟନ୍ତ ପାଗରେ ପରିବର୍ତ୍ତନ ଆଶା କମ୍ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ୨୦ଟି ସହରରେ ୧୦ ଡିଗ୍ରୀ ତଳେ ରହିଛି। ଦାରିଙ୍ଗିବାଡ଼ିରେ ପାରଦ ୨.୮ ଡିଗ୍ରୀକୁ ଖସି ଆସିଛି।

କିଛିଦିନ ହେବ କନ୍ଧମାଳ ଜିଲ୍ଲାରେ ପ୍ରବଳ ଶୀତ ଲହରୀ ଜାରି ରହିଛି। ଶୀତ ସହିତ କୁହୁଡ଼ି ଯୋଗୁ ଜିଲ୍ଲାରେ ଜନଜୀବନ ଏକ ପ୍ରକାର ଅସ୍ତବ୍ୟସ୍ତ ହୋଇପଡ଼ିଛି। ତେବେ ସୋମବାର ଅପେକ୍ଷା ମଙ୍ଗଳବାର ତାପମାତ୍ରା ସାମାନ୍ୟ ବୃଦ୍ଧି ପାଇଛି। ମଙ୍ଗଳବାର ଫୁଲବାଣୀରେ ତାପମାତ୍ରା ୪.୫ ଡିଗ୍ରୀ ଏବଂ ଦାରିଙ୍ଗବାଡ଼ିରେ ୪ ଡିଗ୍ରୀ ରହିଛି।

Comment