ଓଡ଼ିଶାଲାଇଭ୍‌ ବ୍ୟୁରୋ

ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କ କୋଚ୍ ରମାକାନ୍ତ ଆଚରେକରଙ୍କ ମୁମ୍ବାଇରେ ପରଲୋକ ହୋଇଛି।

କ୍ରିକେଟର ଭଗବାନ କୁହାଯାଉଥିବା ତଥା ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କ କୋଚ୍ ରମାକାନ୍ତ ଆଚରେକରଙ୍କ ମୁମ୍ବାଇରେ ପରଲୋକ ହୋଇଛି। ବୁଧବାର ସଂଧ୍ୟା ସାଢ଼େ ୬ଟା ସମୟରେ ୮୭ ବର୍ଷ ବୟସରେ ରମାକାନ୍ତଙ୍କ ପରଲୋକ ହୋଇଛି।

ମୁମ୍ବାଇର ଶିବାଜୀ ପାର୍କ ନିକଟରେ କମଥ ମେମୋରିଆଲ୍ କ୍ରିକେଟ କ୍ଲବ ପ୍ରତିଷ୍ଠା କରି ଆଚରେକର ଯୁବ କ୍ରିକେଟରଙ୍କୁ କୋଚ ପ୍ରଦାନ କରୁଥିଲେ। ରମାକାନ୍ତ ଆଚରେକରଙ୍କ ପ୍ରତକ୍ଷ୍ୟ ତତ୍ୱାବଧାନରେ ଭାରତୀୟ କ୍ରିକେଟ ଜଗତକୁ ବହୁ ସଂଖ୍ୟାରେ ପ୍ରତିଭା ସଂପନ୍ନ କ୍ରିକେଟର ମିଳିଛି।

ସେମାନଙ୍କ ମଧ୍ୟରେ ସଚିନ ତେନ୍ଦୁଲକର ହେଉଛନ୍ତି ସର୍ବଶ୍ରେଷ୍ଠ ବ୍ୟକ୍ତିତ୍ୱ, ଯିଏ କି ବିଶ୍ୱ କ୍ରିକେଟ ପାଇଁ ସବୁଦିନ ପାଇଁ ମନେ ରହିବେ। ସଚିନଙ୍କ ବ୍ୟତୀତ ଅଜିତ ଅଗରକର, ସଂଜୟ ବାଙ୍ଗର, ବଲଓ୍ଵିନ୍ଦର ସିଂହ ସାନ୍ଧୁ, ବିନୋଦ କାମ୍ବଲି, ପ୍ରବୀଣ ଆମରେ ଓ ରମେଶ ପାଓ୍ଵାରଙ୍କ ଗୁରୁ ଥିଲେ ରମାକାନ୍ତ ଆଚରେକର।

କ୍ରିକେଟ ପାଇଁ ରମାକାନ୍ତଙ୍କ ମହତ୍ୱପୂର୍ଣ୍ଣ ଅବଦାନ ପାଇଁ ୧୯୯୦ ମସିହାରେ ଦ୍ରୋଣାଚାର୍ଯ୍ୟ ଏବଂ ୨୦୦୦ ମସିହାରେ ପଦ୍ମଶ୍ରୀ ପୁରସ୍କାରରେ ତାଙ୍କୁ ସମ୍ନାନିତ କରାଯାଇଥିଲା। ଏହାଛଡ଼ା ୨୦୧୦ରେ ଭାରତର ପୂର୍ବତନ କୋଚ୍ ଗ୍ୟାରୀ କଷ୍ଟର୍ନଙ୍କ ଦ୍ୱାରା ‘ଲାଇଫ ଟାଇମ୍ ଆଚିଭମେଣ୍ଟ’ ପୁରସ୍କାର ଦିଆଯାଇଥିଲା।

Comment