ଓଡ଼ିଶାଲାଇଭ୍‌ ବ୍ୟୁରୋ

ସାରା ରାଜ୍ୟରେ ଶୀତର ଲହରୀ ଜାରି ରହିଛି। ୧୭ ସହରରେ ତାପମାତ୍ରା ୧୦ ଡିଗ୍ରୀ ତଳେ ରହୁଛି। ବୁଧବାରର ଦାରିଙ୍ଗିବାଡ଼ି ଏବଂ ଫୁଲବାଣୀର ତାପମାତ୍ରା ୫ ଡିଗ୍ରୀ ତଳେ ରହିଛି। ଗୁରୁବାର ଫୁଲବାଣୀରେ ତାପମାତ୍ରା ସର୍ବନିମ୍ନ ୪.୫ ଡିଗ୍ରୀ ରେକର୍ଡ କରାଯାଇଥିଲା। ସକାଳ ସମୟରେ ପ୍ରବଳ ଥଣ୍ଡା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହେଉଛି।

ଅନ୍ୟପକ୍ଷରେ ଭୁବନେଶ୍ୱରରେ, କଟକ, ବାଲେଶ୍ୱର, ତାଳଚେର, ଝାରସୁଗୁଡ଼ା, କେନ୍ଦୁଝର, ସମ୍ବଲପୁର, ଟିଟିଲାଗଡ଼ ଏବଂ କୋରାପୁଟ ଆଦି ସହରର ପାରଦ ୧୦ ଡିଗ୍ରୀ ତଳେ ରହିଛି। ତିନି ଦିନ ହେବ ୧୭ଟି ସହରର ତାପମାତ୍ରା ୧୦ ଡିଗ୍ରୀ ତଳେ ରହୁଛି। ସୋନପୁରରେ ଗୁରୁବାର ପାରଦ ୬.୬ ଡିଗ୍ରୀ ରହିଥିବାରୁ ସେଠାରେ ଲୋକେ ଥଣ୍ଡାରେ ଅସ୍ତବ୍ୟସ୍ତ ହେଉଛନ୍ତି।

ଗୁରୁବାର ଭୋର୍ ସମୟରେ ଅଧିକାଂଶ ସ୍ଥାନରେ ତାପମାତ୍ରା ୧୦ ଡିଗ୍ରୀ ତଳେ ରହିବ। ଦାରିଙ୍ଗିବାଡ଼ି ଓ ଫୁଲପାଣୀର ସ୍ଥିତି ଅପରିବର୍ତ୍ତିତ ରହିବ ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚିତ କରାଯାଇଛି।

ଉତ୍ତର ଭାରତରେ ଥଣ୍ଡା ସ୍ଥିତି ସାମାନ୍ୟ ଉନ୍ନତି ହୋଇଥିବାରୁ ଓଡ଼ିଶାରେ ତାପମାତ୍ରା ବଢ଼ିବ।

Comment