ଓଡ଼ିଶାଲାଇଭ୍‌ ବ୍ୟୁରୋ

ଆଜିକାଲି ଅନେକେ ବାହାର ଖାଇବା ଉପରେ ନିର୍ଭର କରୁଛନ୍ତି। ବିଶେଷକରି ସହରରେ ବାସ କରୁଥିବା ଲୋକ ଓ ଯୁବପିଢ଼ୀ। ବ୍ୟସ୍ତବହୁଳ ଜୀବନଶୈଳୀ ଯୋଗୁଁ ଏମିତି ଅଭ୍ୟାସ କରିବାକୁ ସମସ୍ତେ ବାଧ୍ୟ ହେଉଛନ୍ତି। ମାତ୍ର ଆପଣ ଜାଣିଛନ୍ତି କି ଆପଣ ଯେଉଁ ଖାଦ୍ୟ ଖାଉଛନ୍ତି ତାହା ଆପଣଙ୍କ ଶରୀର ପାଇଁ କେତେ କ୍ଷତିକାରକ। ଖାଦ୍ୟର ଶୁଦ୍ଧତା ଖାଦ୍ୟ ଉପରେ ଯେତିକି ନିର୍ଭର କରିଥାଏ ସେତିକି କେଉଁଥିରେ ଖାଦ୍ୟ ପ୍ୟାକ୍‌ ହୋଇଛି ତାହା ଉପରେ ବି ନିର୍ଭର କରିଥାଏ। FSSAIର ସର୍ଭେରୁ ଜଣାପଡିଛି କି ଆଜିକାଲି ୮୦ପ୍ରତିଶତ ଖାଦ୍ୟ ରଙ୍ଗୀନ ପ୍ୟାକେଟରେ, ୫୯ପ୍ରତିଶତ ଖାଦ୍ୟ କଳା ପଲିଥିନ୍‌ ପ୍ୟାକେଟ୍‌ରେ, ୨୪ପ୍ରତିଶତ ଆଲୁମୁନିୟମ୍‌ କୋଟେଡ୍‌ ହୋଇଥିବା ପ୍ୟାକେଟ୍‌ରେ ହିଁ କରାଯାଉଛି। ଏହି ସବୁ କେମିକାଲ ଶରୀର ପାଇଁ କ୍ଷତିକାରକ ଅଟେ।

ମାତ୍ର ଏ ସବୁ ଲାଗି ଆଉ ଭୟ କରିବାର କାରଣ ନାହିଁ। କାରଣ ଏ ନେଇ ଥିବା ନିୟମରେ ପରିବର୍ତ୍ତନ କରାଯାଉଛି। ବିଶେଷ କରି ଡାଲି, ଚଣା ,ମହୁ, ସମସ୍ତ ଡାଲି ଜାତୀୟ ସାମଗ୍ରୀ ଭଳି ପ୍ୟାକିଂରେ ଥିବା ନୋଟିଫିକେଶନରେ ପରିବର୍ତ୍ତନ କରାଯାଇଛି। 

କଣ ହେବ ପରିବର୍ତ୍ତନ ?

ନୂଆ ନିୟମ ଅନୁସାରେ ପ୍ୟାକିଂରେ ଯେଉଁସବୁ ପଦାର୍ଥ ରହିବ ତାର ସମ୍ପୂର୍ଣ୍ଣ ସୂଚନା ପ୍ୟାକିଂ କଭରରେ ଲେଖାଯିବ ପ୍ୟାକିଂ ସେମିତି କୌଣସି ପଦାର୍ଥରେ ହେବନାହିଁ ଯାହା ଶରୀର ପାଇଁ କ୍ଷତିକାରକ ହେବ ନୂଆ ନିୟମ ଅନୁସାରେ ପ୍ୟାକିଂରେ ଦୁଇଟି ଲେୟାର ରହିବ ଏହାଫଳରେ ଖାଦ୍ୟ ପ୍ୟାକେଟ୍ ଅଧିକ ସୁରକ୍ଷିତ ରହିବ

ଖବର କାଗଜ କିମ୍ବା କୌଣସି ଲେଖାଥିବା ପେପରରେ ଖାଦ୍ୟ ପ୍ୟାକ୍‌ କରାଯିବ ନାହିଁ। ନୂଆ ନିୟମ ଅନୁସାରେ ଶସ୍ତା ଓ ଖରାପ ଖାଦ୍ୟକୁ ପ୍ୟାକିଂ କରାଯିବ ନାହିଁ। ପାଣି ବୋତଲର ପ୍ୟାକିଂରେ ବି ପରିବର୍ତ୍ତନ କରାଯାଇଛି ଏପରିକି ପାଣି ବୋତଲର ପ୍ୟାକିଂରେ କୌଣସି ରଙ୍ଗର ବ୍ୟବହାର କରାଯିବ ନାହିଁ। ତେବେ ନୂଆ ନିୟମ ନିଶ୍ଚିତ ଭାବେ ଆଗାମୀ ଦିନରେ ଲୋକଙ୍କ ପାଇଁ ଉପାଦେୟ ହେବ ବୋଲି ଲୋକେ ଆଶାବାଦୀ ଅଛନ୍ତି

Comment