ଓଡ଼ିଶାଲାଇଭ୍‌ ବ୍ୟୁରୋ

ମାଲକାନଗିରି: ମାଲକାନଗିରି ଜିଲ୍ଲାର କାଲିମେଳା ବ୍ଲକର ମୋଟୁ ତହସିଲ ଅନ୍ତର୍ଗତ ମାଲାଭରମ୍ ଏମ ପି ଭି ୫୫ ଗାଁରେ ଘଟିଛି ଲୋମଟାଙ୍କୁରା ଘଟଣା। ଜନ୍ମକଲା ମା’କୁ ପୁଅ ବିଚ୍ ରାସ୍ତାରେ ନିଆଁରେ ଜାଳି ମାରିଦେବା ଘଟଣା ମାଲକାନଗିରି ଜିଲ୍ଲାରେ ଚାଞ୍ଚଲ୍ୟ ସୃଷ୍ଟି କରିଛି।

ଗୀତା ମଣ୍ଡଳଙ୍କର ଗୋଟିଏ ବୋଲି ପୁଅ ହେଉଛନ୍ତି ତାପସ ମଣ୍ଡଳ। ଦୁଃଖ କଷ୍ଟ ସହି ପୁଅକୁ ଛୋଟରୁ ବଡ଼ କରିଥିଲେ ଗୀତା। ହେଲେ ପୁଅ ବଡ଼ ହେବା ପରେ ମା’କୁ ଦୀର୍ଘ ଦିନ ହେଲା ନିର୍ଯାତନା ଦେଇ ଆସୁଥିଲା। କିନ୍ତୁ ଶୁକ୍ରବାର ଦିନ ସବୁ ନିର୍ଯାତନା ସୀମା ଟପି ଯାଇଥିଲା।

ମା’ ଗୀତା ମଣ୍ଡଳକୁ ପୁଅ ତାପସ ମଣ୍ଡଳ ରାସ୍ତା ଉପରେ ଜୀଅନ୍ତା ଜାଳି ଦେଇଥିଲା। ଖବର ପାଇ ମୋଟୁ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ପୁଅ ଫେରାର ହୋଇଯାଇଛି।

Comment