ଓଡ଼ିଶାଲାଇଭ୍‌ ପଲିଟିକାଲ୍‌ ବ୍ୟୁରୋ

ପୁରୀ ତାଳବଣିଆ ପଡିଆରେ ମିଶନ ଶକ୍ତି ମହାସମାବେଶରେ ସାମିଲ ହେବା ସହ ଏହି ସମ୍ମିଳନୀକୁ ସମ୍ବୋଧିତ କରି ମହିଳାଙ୍କ ଲାଗି ଅନେକ କିଛି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ମୁଖ୍ୟମନ୍ତ୍ରୀଙ୍କ ଘୋଷଣାର କିଛି ସମୟ ପରେ ବିଜେପି ନେତ୍ରୀ ଅପରାଜିତା ଷଡଙ୍ଗୀ ସିରିଜ୍‌ ଟୁଇଟ କରିବା ସହ ଘୋଷଣାକୁ ନେଇ ଅନେକ ପ୍ରଶ୍ନ କରିଛନ୍ତି।

ଅପରାଜିତା କହିଛନ୍ତି, “୨୦୧୩-୧୪ରେ ୫.୨୩ଲକ୍ଷ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଥିଲେ। ଏପ୍ରିଲ ୨୦୧୭ରେ ଏହା ଆଉ ୩ ଲକ୍ଷ ବୃଦ୍ଧି ହୋଇଥିବା ଦାବି କରାଯାଉଛି। ଉଭୟକୁ ମିଶାଗଲେ ଏହା ୮.୨୩ଲକ୍ଷରେ ପହଞ୍ଚିବା କଥା। ତେବେ ସରକାରୀ ତଥ୍ୟରେ ଏହା ୬ଲକ୍ଷ କେମିତି ହେଲା?”

ସେହିପରି ମହିଳା ଶିଶୁ ବିକାଶ ମନ୍ତ୍ରାଳୟ ବିଭାଗ ଗତ ବର୍ଷ ଅକ୍ଟୋବରରେ ଏସଏଚଜି ଗ୍ରୁପ୍‌କୁ ସିଡ୍‌ ମନି ପ୍ରଦାନ ଲାଗି ଚିଠି କରିଥିଲେ। ମାତ୍ର ଏଥିରେ ବିଳମ୍ବ ହୋଇଛି। କାହିଁକି ବିଳମ୍ବ ହୋଇଛି ବୋଲି ପ୍ରଶ୍ନ କରିଛନ୍ତି ଅପରାଜିତା।

ଏହା ସହିତ ଅପରାଜିତା ଆହୁରି କହିଛନ୍ତି କି ଗତ ୨ବର୍ଷ ହେବ ଏସ୍‌ଏଚଜି ଗ୍ରୁପ ପାଇଁ ବଜେଟରେ କିଛିବି ଘୋଷଣା କରାଯାଇନାହିଁ। ୧୯ବର୍ଷ ହେବ ଏସଏଚଜି ମାନଙ୍କୁ ସଶକ୍ତ କରିବା ଲାଗି ବିଜେଡି କିଛି ବିକଳ୍ପ ବାହାର କରିପାରିଲା ନାହିଁ।

Comment