ଓଡ଼ିଶାଲାଇଭ୍‌ ବ୍ୟୁରୋ

ଶୀତ ଋତୁରେ ଥଣ୍ଡାରୁ ରକ୍ଷା ପାଇବା ପାଇଁ ଆମେ ଗରମ ପୋଷାକ ପିନ୍ଧି ଥାଉ। କିନ୍ତୁ ଥଣ୍ଡା ଜନିତ ରୋଗରୁ ରକ୍ଷା ପାଇବା ପାଇଁ ଶରୀରର ବାହର ସହିତ ଶରୀର ଭିତରର ଯତ୍ନ ନେବାକୁ ପଡିଥାଏ। ଥଣ୍ଡା ବଢ଼ିଲେ ଥଣ୍ଡା, କାଶ, ଜ୍ୱର ଭଳି ବିଭିନ୍ନ ରୋଗ ଶରୀରକୁ ମାଡ଼ି ବସେ। ଆସନ୍ତୁ ଜାଣିବା ଘରୋଇ ଉପଚାର ମାଧ୍ୟମରେ ଥଣ୍ଡା ଜ୍ୱରରୁ କିପରି ଆମେ ରକ୍ଷା ପାଇପାରିବା।

ଥଣ୍ଡା ଜ୍ୱରରୁ ମୁକ୍ତି ଦିଏ ମହୁ

ଶୀତ ଋତୁରେ ବିଶେଷ କରି ଛୋଟ ପିଲା ତଥା ବୃଦ୍ଧ ଲୋକମାନଙ୍କ ଧ୍ୟାନ ରଖିବାକୁ ପଡ଼ିଥାଏ। ମହୁ ଖାଇବା ଦ୍ୱାରା ଶରୀରରେ ହେଉଥିବା ବିଭିନ୍ନ ପ୍ରକାରର ରୋଗ ଭଲ ହୋଇଥାଏ। ମହୁ ଶରୀରର ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇଥାଏ। ଆୟୁର୍ବେଦରେ ମହୁକୁ ଅମୃତ ବୋଲି ମାନାଯାଏ। ଥଣ୍ଡା ଜର ହୋଇଥିଲେ ରାତିରେ ଶୋଇବା ପୂର୍ବରୁ ଏକ ଗ୍ଲାସ ଉଷୁମ କ୍ଷୀରରେ ଏକ ଚାମଚ ମହୁ ମିଶାଇ ପିଇଲେ ଜ୍ୱର ଭଲ ହୋଇଯାଏ।

ଖାଆନ୍ତୁ ବାଜରା ରୁଟି

ଥଣ୍ଡା ଦିନରେ ବାଜରା ରୁଟି ଖାଇଲେ ଶରୀରକୁ ବହୁତ ଲାଭ ମିଳିଥାଏ। ଏହା ଶରୀରକୁ ଗରମ ରଖିଥାଏ। ଏହାସହ ବାଜରା ରୁଟିରେ ପ୍ରୋଟିନ, ଭିଟାମିନ, କ୍ୟାଲସିୟମ, ଫାଇବର ଓ ଆଣ୍ଟି ଅକ୍ସିଡାଣ୍ଟ ଭରପୂର ଥାଏ। ସେଥିପାଇଁ ଶୀତ ଋତୁରେ ବାଜରା ରୁଟି ଖାଆନ୍ତୁ। ବିଶେଷ କରି ଛୋଟ ପିଲାଙ୍କ ପାଇଁ ବାଜରା ରୁଟି ଲାଭଦାୟକ।

ଅଁଳାର ଉପକାରିତା

ଆୟୁର୍ବେଦିକ ପ୍ରଣାଳୀରେ ପ୍ରାଚୀନ କାଳରୁ ଅଁଳାକୁ ବିଭିନ୍ନ ରୋଗରୁ ମୁକ୍ତି ପାଇବା ପାଇଁ ବ୍ୟବହାର କରାଯାଏ। ଡାଇବେଟିସ ରୋଗରେ ପୀଡ଼ିତ ଲୋକଙ୍କ ପାଇଁ ଅଁଳା ହେଉଛି ଅମୃତ। ଅଁଳାରେ ଭିଟାମିନ ସି, ଏ, ବି ବ୍ୟତିତ ପ୍ରୋଟିନ୍‌, କ୍ୟାଲସିୟମ, ମାଗ୍ନେସିୟମ, ଆଇରନ ରହିଛି। ପ୍ରତିଦିନ ଗୋଟିଏ ଅଁଳା ଖାଇବା ଦ୍ୱାରା ଥଣ୍ଡା ଜର, କାଶ ଭଳି ରୋଗରୁ ଶରୀରକୁ ମୁକ୍ତି ମିଳିଥାଏ।

ଶୀତ ଋତୁରେ ଖଜୁରୀ ଲାଭଦାୟକ

ଖଜୁରୀରେ ଭିଟାମିନ ଏ, ବି ବ୍ୟତୀତ କ୍ୟାଲସିୟମ, ମ୍ୟାଗ୍ନେସିୟମ ମାତ୍ରା ଅଧିକ ଥାଏ। ଶୀତ ଦିନରେ ନିୟମିତ ଖଜୁରୀ ଖାଇଲେ ଏହା ଶରୀରକୁ ଭିତରୁ ଗରମ ରଖିଥାଏ। ଦିନକୁ ୨ଟି ଖଜୁରୀ ଖାଇଲେ ଶରୀରରେ ଫାଇବରର ମାତ୍ରା ଠିକ ରହିଥାଏ। ଏଥିସହ ଏହା ରକ୍ତରେ ହେମୋଗ୍ଲୋବିନ ସ୍ତରକୁ ନିୟନ୍ତ୍ରିତ ରଖିଥାଏ।

ଏହା ବ୍ୟତିତ ଶୀତ ଋତୁରେ ରାଶି ତେଲର ବ୍ୟବହାର ଶରୀରକୁ ଆସ୍ୱସ୍ତି ମିଳିଥାଏ। ରାଶି ତେଲ ମାଲିସ କଲେ ଶରୀର ଉଷୁମ ରୁହେ।

Comment