ଓଡ଼ିଶାଲାଇଭ୍ ବ୍ୟୁରୋ

ଔଷଧୀୟ ଗୁଣ ପାଇଁ ଅଁଳା ଘରେ ଘରେ ବେଶ୍‌ ପରିଚିତ। ଅଁଳା ସ୍ଵାସ୍ଥ୍ୟ ସଙ୍ଗେ ସଙ୍ଗେ କେଶ ଓ ତ୍ଵଚା ପାଇଁ ରାମବାଣ ଭଳି କାମ କରେ।

ଭିଟାମିନ୍‌ ସିରେ ଭରି ରହିଛି ଅଁଳା। ପ୍ରତିଦିନ ଅଁଳାକୁ ଜୁସ୍‌ କରି ପିଇଲେ ବୟସର ଛାପ ଦେଖାଯାଇ ନ ଥାଏ। ଏଥିରେ ଆଣ୍ଟିଅକ୍ସିଡାଣ୍ଟ ଓ ଆଣ୍ଟିବ୍ୟାକ୍ଟେରିଆଲ ପ୍ରପଟି ରହିଛି। ତେବେ ଜାଣନ୍ତୁ ପ୍ରତିଦିନ ଅଁଳା ଖାଇଲେ କେଉଁ ସବୁ ଫାଇଦା ହୋଇଥାଏ।

ତ୍ଵଚାରୁ ବ୍ରଣ ସମସ୍ୟା ଦୂର କରିଥାଏ।

କେଶ ପାଚିବାରୁ ମୁକ୍ତି ଦେଇଥାଏ।

କେଶକୁ ନମନୀୟ ରଖିବା ସହ ବଢ଼ିବାରେ ସାହାଯ୍ୟ କରିଥାଏ।

ରକ୍ତ ସଫା କରିବା ସଙ୍ଗେ ସଙ୍ଗେ ତ୍ୱଚାରେ ଚମକ ଆଣିଥାଏ ଅଁଳା।

ତ୍ୱଚାକୁ ଦାଗମୁକ୍ତ କରେ।

ଅଁଳା ରୂପିକୁ ସମ୍ପୂର୍ଣ୍ଣ ଭାବେ ଦୂର କରିଥାଏ।

କୋଷ୍ଠକାଠିନ୍ୟ ସମସ୍ୟା ଦୂର ହୋଇଥାଏ।

ବୟସର ଛାପ ସହଜରେ ଆସି ନଥାଏ।

Comment