ଓଡ଼ିଶାଲାଇଭ୍ ବ୍ୟୁରୋ

alia dahi chawal

ଆଲିଆ ଭଟ୍ଟ ହେଉଛନ୍ତି ବଲିଉଡର ଜଣେ ଆଗ ଧାଡ଼ିର ଅଭିନେତ୍ରୀ। ଅତି କମ୍ ବୟସରୁ ହିଁ ନିଜର ସୁନ୍ଦର ଅଭିନୟ ଯୋଗୁଁ ସେ ଦର୍ଶକଙ୍କ ହୃଦୟ ଜିତି ପାରିଛନ୍ତି। ତେବେ ଆଲିଆ ନିଜ କ୍ୟାରିୟରକୁ ନେଇ ଯେତିକି ସିରିୟସ୍, ନିଜର ଫିଟନେସକୁ ନେଇ ମଧ୍ୟ ସେତିକି ସିରିୟସ୍ ଅଟନ୍ତି। ପ୍ରତିଦିନ ଏକ୍ସସରସାଇଜ କରିବା ସହ ନିଜ ଡାଏଟର ମଧ୍ୟ ଖୁବ୍ ଧ୍ୟାନ ରଖନ୍ତି। ତେବେ ତାଙ୍କ ପ୍ରିୟ ଖାଦ୍ୟ ହେଉଛି ଦହିଭାତ। ଆଲିଆ ପ୍ରୋଟିନ୍ ଏବଂ ଭିଟାମିନରେ ଭରପୂର ଏହି ଖାଦ୍ୟକୁ ଖାଇବାକୁ ଖୁବ୍ ଭଲ ପାଆନ୍ତି। ତେବେ ଆସନ୍ତୁ ଜାଣିବା ଦହିଭାତ ଖାଇବା ଦ୍ୱାରା ଶରୀରକୁ କଣ ଫାଇଦା ମିଳେ-

ହଜମ ଶକ୍ତି ବଢ଼ାଏ 

ଦହି ଏବଂ ଚାଉଳ (ଭାତ) ଉଭୟ ଥଣ୍ଡାଜାତୀୟ ଖାଦ୍ୟ ହୋଇଥିବାରୁ ଏହା ବିଭିନ୍ନ ପ୍ରକାର ପେଟ ସମସ୍ୟା ଯଥା ଏସିଜିଟି, ପୋଡ଼ାଜଳାରୁ ରକ୍ଷା କରେ। ଦହିରେ ରହିଛି ପ୍ରୋବାୟୋଟିକ୍ ଗୁଣ ଏବଂ ବ୍ୟାକ୍ଟେରିଆ ଯାହା ଖାଦ୍ୟ ହଜମ ପ୍ରକ୍ରିୟାକୁ ସୁଦୃଢ଼ କରାଏ। ଏହା ବ୍ୟତୀତ ଏହି ଖାଦ୍ୟ ହଜମ ହେବା ପାଇଁ ମଧ୍ୟ କମ ସମୟ ଲାଗିଥାଏ।

dahi chawal

କେଶକୁ ମଜବୁତ କରିଥାଏ

ଦହିଭାତରେ ପ୍ରତୁର ପରିମାଣରେ ପ୍ରୋଟିନ୍ ଥାଏ ଯାହା କେଶ ପାଇଁ ବେଶ୍ ଲାଭଦାୟକ। ଏହା ଖାଇବା ଦ୍ୱାରା ପ୍ରୋଟିନ୍ ଅଭାବରୁ କେଶ ଉପୁଡ଼ିବା ସମସ୍ୟା ମଧ୍ୟ ଦୂର ହୋଇଥାଏ। ଏହା କେଶକୁ ପୋଷଣ ଯୋଗାଇବା ସହ ଲମ୍ବା, ଘନ ଏବଂ କୋମଳ କରିଥାଏ।

ରୋଗ ପ୍ରତିରୋଧକ ଶକ୍ତି ବଢ଼ାଏ

ଦହିଭାତରେ ଥିବା ଭିଟାମିନ୍, କ୍ୟାଲସିୟମ୍, ଆଇରନ୍, ଆଣ୍ଟି-ଅକ୍ସିଡେଣ୍ଟ୍ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇବାରେ ସାହାଯ୍ୟ କରେ। ଏଥିରେ ଫାଇବରର ପରିମାଣ କମ ଥିବାରୁ ଏହା ଶୀଘ୍ର ହଜମ ହୋଇଯାଏ।

alia vatt-2

ଚିନ୍ତାରି ମୁକ୍ତି ମିଳେ

ଦହିଭାତ ଏକ ଏପରି ଖାଦ୍ୟ ଯାହା ଖାଇବା ଦ୍ୱାରା ମନକୁ ଶାନ୍ତି ମିଳିବା ସହ ଚିଡ଼ିଚିଡ଼ାପଣରୁ ମଧ୍ୟ ମୁକ୍ତି ମିଳେ। ଏହା ମାନସିକ ଶାନ୍ତି ବଢ଼ାଇବାରେ ସାହାଯ୍ୟ କରିଥାଏ।

ଉଜ୍ୱଳ ତ୍ୱଚା ପାଇଁ ଜରୁରୀ

ଚେହେରା ଚମକ ଆଣିବା ପାଇଁ ବିଭିନ୍ନ ଉପାୟରେ ଦହି ଏବଂ ଚାଉଳର ବ୍ୟବହାର ହୋଇଥାଏ। ତେଣୁ ଏହାକୁ ଖାଇବା ଦ୍ୱାରା ଚ୍ନଚାକୁ ମଧ୍ୟ ଫାଇଦା ମିଳେ। ଏହା ତ୍ୱଚାକୁ ଭିତରୁ ସଫା କରିବା ସହ ତ୍ୱଚାରେ ଚମକ ଆଣିଥାଏ। ଦହିଭାତ ପାଚନ ପ୍ରକ୍ରିୟାକୁ ଠିକ୍ କରିବା ଦ୍ୱାରା ଏହାର ପ୍ରଭାବ ଚେହେରା ଉପରେ ପଡ଼ିଥାଏ। ମୁହଁରୁ ଦାଗ, ବ୍ରଣ ଦୂର କରିବା ସହ ଏହାକୁ କୋମଳ କରିଥାଏ।

alia vatt smiling

ଦାନ୍ତକୁ ମଜବୁତ କରେ

ଦହିଭାତରେ ଥିବା କ୍ୟାଲସିୟମ୍ ଦାନ୍ତ ପାଇଁ ଅତ୍ୟନ୍ତ ଲାଭଦାୟୀ। ଏହା ଦାନ୍ତ ସହ ହାଡ଼ ଏବଂ ମାଂସପେଶୀକୁ ମଧ୍ୟ ଶକ୍ତି ଯୋଗାଇଥାଏ।

Comment