ଓଡ଼ିଶାଲାଇଭ୍‌ ଏଣ୍ଟରଟେନମେଣ୍ଟ ବ୍ୟୁରୋ

Ranbir kapoor

ରଣବୀର କପୁର ଗାର୍ଲଫ୍ରେଣ୍ଡ ମାମଲାରେ ଭାରି ଅସ୍ଥିର। ଏବେ ଆଲିଆଙ୍କ ସହ ତାଙ୍କର ଘନିଷ୍ଟ ସମ୍ପର୍କ ଚର୍ଚ୍ଚାରେ ରହିଛି। ବିବାହ କରିବେ ବୋଲି ବଲିଉଡ ସମେତ ପ୍ରଂଶସକଙ୍କ ମହଲରେ ଢେର ଚର୍ଚ୍ଚା। ହେଲେ ରଣବୀର ବିଭିନ୍ନ ସମୟରେ ତାଙ୍କର ସମ୍ପର୍କଗୁଡ଼ିକୁ ନେଇ ବେଶ ଚର୍ଚ୍ଚାରେ ରହିଆସିଛନ୍ତି। ଏମିତିକି ମହେଶ ଭଟ୍ଟ ବି କଫି ୱିଥ୍ କରଣ ସୋ’ରେ ଏ ସମ୍ପର୍କରେ ମଜାଳିଆ ମନ୍ତବ୍ୟ ଦେଇଥିବା ପ୍ରମାଣ ରହିଛି।

ମହେଶ ଭଟ୍ଟଙ୍କ ଝିଅ ଆଲିଆ ଭଟ୍ଟଙ୍କ ସହ ସମ୍ପର୍କ ଘନିଷ୍ଟ ହେବା ପୂର୍ବରୁ ବିଭିନ୍ନ ପର୍ଯ୍ୟାୟରେ ୯ଜଣ ସୁନ୍ଦରୀଙ୍କ ସହ ଡେଟିଂ କରୁଥିଲେ ରଣବୀର କପୁର।

NANDITA MAHATANI

ନନ୍ଦିତା ମହତାନୀ: ନନ୍ଦିତା ହେଉଛନ୍ତି, ରଣବୀରଙ୍କ ଭଉଣୀ କରିଶ୍ମା କପୁରଙ୍କ ପୂର୍ବ ସ୍ୱାମୀ ସଞ୍ଜୟ କପୁରଙ୍କ ପୂର୍ବ ପତ୍ନୀ। ରଣବୀର ଯେତେବେଳେ ତାଙ୍କ କ୍ୟାରିଅର ଆରମ୍ଭ କରୁଥିଲେ, ସେତେବେଳେ ନନ୍ଦିତା ମଧ୍ୟ ବିବାହ ବିଚ୍ଛେଦ ପରେ ଫ୍ୟାସନ ଡିଜାଇନିଂକୁ କ୍ୟାରିଅର ଭାବେ ଆରମ୍ଭ କରିଥିଲେ। ସମାନ ଇଣ୍ଡଷ୍ଟ୍ରୀରେ କାମ କରୁଥିବାରୁ ସମ୍ପର୍କ ଘନିଷ୍ଠ ହୋଇଥିଲା। ସମ୍ପର୍କ ଏତେ ଘନିଷ୍ଠ ହୋଇଥିଲା ଯେ ଉଭୟ ପରସ୍ପରକୁ ଡେଟିଂ କରିବା ଆରମ୍ଭ କରିଥିଲେ। ଏମିତିକି କେତୋଟି ଟିଭି ସୋରେ ନନ୍ଦିତାଙ୍କ ସହ ସମ୍ପର୍କକୁ ସ୍ୱୀକାର କରିଛନ୍ତି ରଣବୀର।

NARGIS FAKRI

ନର୍ଗିସ ଫକରି: ନର୍ଗିସଙ୍କ ସହ ରଣବୀରଙ୍କ ସମ୍ପର୍କ ଘନିଷ୍ଠ ହୋଇଥିଲା ରକଷ୍ଟାର ସିନେମାର ସୁଟିଂ ସମୟରେ। ବଲିଉଡର କେତେକ ଖବର ଅନୁସାରେ, ଉଭୟ ଡେଟିଂ କରୁଥିଲେ। ସୁଟିଂ ନ ଥିବା ବେଳେ ପରସ୍ପର ସହ ବୁଲୁଥିଲେ। ସମ୍ପର୍କ ଘର ପର୍ଯ୍ୟନ୍ତ ବି ପଳାଇଥିଲା। ହେଲେ ଫିଲ୍ମ ରିଲିଜ ହେବାର ବେଶ କିଛି ଦିନ ପରେ ସେମାନେ ଅଲଗା ହୋଇଯାଇଥିଲେ।

SONAM KAPOOR

ସୋନମ କପୁର: ଅବଶ୍ୟ ଏହାକୁ ନେଇ ଉଭୟ ପକ୍ଷରୁ କେହି କେବେ କହିନାହାନ୍ତି, କିନ୍ତୁ ବଲିଉଡର ଭିତିରି ଖବର ଅନୁସାରେ ଉଭୟଙ୍କ ଡେବ୍ୟୁ ଫିଲ୍ମ ସାୱରିଆ ସୁଟିଂ ସମୟରୁ ଉଭୟଙ୍କ ମଧ୍ୟରେ ସମ୍ପର୍କ ଆରମ୍ଭ ହୋଇଥିଲା। କିଛି ଦିନ ଯାଏ ପରସ୍ପରକୁ ଡେଟିଂ କରୁଥିଲେ ବୋଲି ଚର୍ଚ୍ଚା ହୁଏ।

ANGELA JONSON

ଆଞ୍ଜେଲା ଜନସନ: କିଙ୍ଗ ଫିସର କ୍ୟାଲେଣ୍ଡର ଗାର୍ଲ ତଥା ଚେନାଇର ମଡେଲ ଆଞ୍ଜେଲା ଜନସନଙ୍କ ସହ ସମ୍ପର୍କରେ ମଧ୍ୟ ଆସିଥିଲେ ରଣବୀର। ୨୦୧୧ ମସିହାରେ ଉଭୟଙ୍କ ସମ୍ପର୍କକୁ ନେଇ ଖବର ପଶ୍ଚିମବରୁ ଦକ୍ଷିଣ ଯୋରଦାର ଚର୍ଚ୍ଚା ହେଉଥିଲା। ଏମିତି କି ବିଭିନ୍ନ ସମୟରେ ଏକାଠି ବୁଲିବାର ଓ ସମୟ ବିତେଇବାର ଖବର ବିଭିନ୍ନ ବଲିଉଡ ମ୍ୟାଗାଜିନରେ ପ୍ରକାଶିତ ହୋଇଥିଲା।

ଦୀପିକା ପାଦୁକୋନ: ବିଚ୍ଛେଦ ହେବା ପର୍ଯ୍ୟନ୍ତ ଦୀପିକା-ରଣବୀର କପୁର ଯୋଡ଼ି ବଲିଉଡର ସବୁଠାରୁ ଅଧିକ ଚର୍ଚ୍ଚିତ ଯୋଡ଼ି ଥିଲା। ଉଭୟଙ୍କ ସମ୍ପର୍କ ବିବାହ ପର୍ଯ୍ୟନ୍ତ ମଧ୍ୟ ଯାଇଥିଲା। ଏପରିକି ରଣବୀରଙ୍କ ମାଆ ନୀତୁ ସିଂ ଓ ରିଷି କପୁର ମଧ୍ୟ ଏ ସମ୍ପର୍କକୁ ସ୍ୱୀକାର କରିଥିଲେ। ତେବେ ରଣବୀର କାଟ୍ରିନା କୈଫଙ୍କ ସହ ସମ୍ପର୍କ ରଖିବାରୁ ଦୀପିକା ଅଲଗା ହୋଇଯାଇଥିଲେ। ଏପରିକି ବିଭିନ୍ନ ମାଗାଜିନର ସାକ୍ଷାତକାରରେ ରଣବୀର ତାଙ୍କ ଭୁଲକୁ ସ୍ୱୀକାର କରିଛନ୍ତି। ସେ ନିଜର ଅପରିପକ୍ୱତା ଓ ଅନୁଭବର ଅଭାବ ଯୋଗୁ କ୍ୟାଟ୍ରିନା କୈଫଙ୍କ ସହ ସମ୍ପର୍କ ଯୋଡ଼ି ଦୀପିକାଙ୍କୁ ଧୋକ୍କା ଦେଇଥିଲେ ବୋଲି ମାନିଛନ୍ତି ରଣବୀର।

କଟ୍ରିନା କୈଫ: ରଣବୀର ଏକା ସଙ୍ଗରେ ଦୀପିକା ଓ କାଟ୍ରିନାଙ୍କ ସହ ସମ୍ପର୍କ ରଖିଥିଲେ। ଦୀପିକା ଅଲଗା ହୋଇଯିବା ପରେ କାଟ୍ରିନା ମଧ୍ୟ ସମାନ କାରଣ ପାଇଁ ରଣବୀରଙ୍କଠାରୁ ଅଲଗା ହୋଇଯାଇଥିଲେ। ବଲିଉଡ ରିପୋର୍ଟ ଅନୁସାରେ ସେ ମଧ୍ୟ ରଣବୀରଙ୍କ ଧୋକାବାଜି ପାଇଁ ଅଲଗା ହୋଇଯାଇଥିଲେ।

MAHIRA KHAN

ମାହିରା ଖାନ: ପାକିସ୍ତାନୀ ଅଭିନେତ୍ରୀ ମାହିରା ଖାନଙ୍କ ସହ ମଧ୍ୟ ଘନିଷ୍ଠ ହୋଇଥିଲେ ରଣବୀର। ଏକା ସଂଗରେ ଏକାଧିକ ଅଭିନେତ୍ରୀଙ୍କ ସହ ସମ୍ପର୍କ ଥିବା ବାରମ୍ବାର ଅଭିଯୋଗ ହୁଏ। ସେମିତି ମାହିରାଙ୍କ ସହ ସେ ମଧ୍ୟ ଘନିଷ୍ଟ ହୋଇଥିଲେ। ଉଭୟଙ୍କୁ ବିଦେଶର ବିଭିନ୍ନ ସ୍ଥାନରେ ଏକାଠି ଦେଖିବାକୁ ମିଳିଛି। ଅବଶ୍ୟ ଉଭୟ ଏହାକୁ କେବେ ଖୋଲାଖୋଲି ସ୍ୱୀକାର କରିନାହାନ୍ତି। କିନ୍ତୁ ସମୟ ମିଳିଲେ ଉଭୟ ବିଦେଶରେ ପରସ୍ପରକୁ ଭେଟୁଥିଲେ ବୋଲି ଚର୍ଚ୍ଚା ହୁଏ।

SHRUTI HASAN

ଶ୍ରୁତି ହାସନ: ଶ୍ରୁତିଙ୍କ ସହ ସମ୍ପର୍କ ବେଶୀ ଦିନର  ନଥିଲା। ଅଳ୍ପ ସମୟ ପାଇଁ ହେଉ ପଛେ ଏହାକୁ ନେଇ ବଲିଉଡରେ ବେଶ ଚର୍ଚ୍ଚା ହୋଇଥିଲା। ଏହାକୁ ନେଇ ବାରମ୍ବାର ଚର୍ଚ୍ଚା ହେବା ପରେ ଶ୍ରୁତି ନିଜେ ଏହାକୁ ନେଇ ଚର୍ଚ୍ଚା ନ କରିବାକୁ ଅନୁରୋଧ କରିଥିଲେ।

avantika

ଅବନ୍ତୀକା ମଲିକ: ବଲିଉଡ ଅଭିନେତ୍ରୀ ଅବନ୍ତୀକା ମଲିକଙ୍କ ସହ ମଧ୍ୟ ସମ୍ପର୍କରେ ଥିଲେ ରଣବୀର। ଫିଲ୍ମ ଲାଇନରେ ନିଜକୁ ପ୍ରତିଷ୍ଠିତ କରିବା ପୂର୍ବରୁ ତାଙ୍କର ସମ୍ପର୍କ ଥିଲା। କୁହାଯାଏ ଏକା ସାଙ୍ଗରେ ସ୍କୁଲରେ ପଢୁଥିବା ବେଳେ ଉଭୟ ପରସ୍ପରର ନିକଟତର ହୋଇଥିଲେ। ଅବନ୍ତୀକା  କିଶୋର ମନସ୍ତତ୍ୱ ଉପରେ ପର୍ଯ୍ୟବସିତ ସିରିଏଲ ଜଷ୍ଟ ମହବତରେ ମଧ୍ୟ ଅଭିନୟ କରୁଥିଲେ। ରଣବୀର ସେତେବେଳେ ବରାବର ଅବନ୍ତୀକାଙ୍କ ସୁଟିଂ ସେଟକୁ ଆସୁଥିଲେ। ପରେ ଏହା ଭାଙ୍ଗିଯାଇଥିଲା।

Comment