ଓଡ଼ିଶାଲାଇଭ୍ ବ୍ୟୁରୋ

amla for hair

କେଶକୁ କଳା କରିବା ପାଇଁ ଆପଣମାନ ସାଧାରଣତଃ ବିଭିନ୍ନ କେମିକାଲ ପ୍ରଡକ୍ଟ ବ୍ୟବହାର କରୁଥିବେ। ଏହା କେଶ କଳା କରିଥାଏ ସତ କିନ୍ତୁ ଏହା ଦ୍ୱାରା କେଶରେ ବିଭିନ୍ନ ସମସ୍ୟା ଉପୁଜିବାର ସମ୍ଭାବନା ମଧ୍ୟ ଥାଏ। ତେଣୁ ଆସନ୍ତୁ ଜାଣିବା କେଶକୁ କଳା କରିବା ପାଇଁ ଘରେ କିପରି ପ୍ରସ୍ତୁତ କରିବେ ହେୟାର ଡାଏ। ଏହା ଅତ୍ୟନ୍ତ ସହଜ ଏବଂ କମ ସମୟରେ, କମ ସାମଗ୍ରୀରେ ତିଆରି ହୋଇପାରିବ।

ଆବଶ୍ୟକୀୟ ସାମଗ୍ରୀ– ଆମଲା, ପାଣି

CGU new

କିପରି ପ୍ରସ୍ତୁତ କରିବେ-

-ପ୍ରଥମେ ଆମଲାକୁ ଖରାରେ ଶୁଖାଇ ଦିଅନ୍ତୁ। ଏହାପରେ ଶୁଖିଲା ଆମଲାରୁ ମଞ୍ଜି କାଢ଼ି ଦିଅନ୍ତୁ।

-ଏହି ଆମଲାକୁ ପ୍ୟାନରେ ରଖି ଗ୍ୟାସ ଅନ କରନ୍ତୁ। ଆମଲାର ରଙ୍ଗ କଳା ହେବା ପରେ ଏତିରେ ପାଣି ମିଶଆଇ ଗ୍ୟାସରୁ ଓହ୍ଲାଇ ଦିଅନ୍ତୁ। ଥଣ୍ଡା ହେବାକୁ ଦିଅନ୍ତୁ।

amla

-ଥଣ୍ଡା ହେବା ପରେ ଏହାର ପେଷ୍ଟ ତିଆରି କରନ୍ତୁ। ଧ୍ୟାନ ଦେବେ ଯେପରି ପେଷ୍ଟରେ ଆମଲାର ଖଦଡ଼ିଆ ଅଂଶ ନରୁହେ।

କିପରି ବ୍ୟବହାର କରିବେ-

-ପ୍ରଥମେ କେଶ ଭଲଭାବରେ ଧୋଇ ଦିଅନ୍ତୁ। ଏହା ପରେ ଏହି ପେଷ୍ଟକୁ ମୁଣ୍ଡରେ ଲଗାନ୍ତୁ। ଦୁଇରୁ ତିନି ଘଣ୍ଟା ରଖିବା ପରେ ଏହାକୁ ପାଣିରେ ଧୋଇଦିଅନ୍ତୁ।

amla-3

ଏହାର ଫାଇଦା-

କିଛି ଦିନ ଏପରି କରିବା ଦ୍ୱାରା ଆପଣଙ୍କୁ ଏହାର ପରିଣାମ ଦେଖିବାକୁ ମିଳିବ। ଏହା ଲଗାଇବା ଦ୍ୱାରା କେଶ ଲମ୍ବା ଏବଂ ସୁସ୍ଥ ରୁହେ। ଏହା କେଶରେ ଚମକ ଆଣିବା ସହ ଏହାକୁ ଡ୍ୟାମେଜ ହେବାରୁ ରକ୍ଷା କରେ।

Comment