ଓଡ଼ିଶାଲାଇଭ୍‌ ବ୍ୟୁରୋ

 “ଅଭିନେତ୍ରୀ ନିକିତାଙ୍କ ମୃତ୍ୟୁ ପାଇଁ ସ୍ୱାମୀ ଲିପନ ହିଁ ଦାୟୀ !”

ଅଭିନେତ୍ରୀ ନିକିତା ମୃତ୍ୟୁ ମାମଲାରେ ସତ ଧିରେ ଧିରେ ସାମ୍ନାକୁ ଆସିଲା। ଡିସିପି ଅଖିଳେଶ୍ୱର ସିଂ ପ୍ରତିକ୍ରିୟା ଦେଇଛନ୍ତି। ଡିସିପି କହିଛନ୍ତି “ପାରିପାର୍ଶ୍ୱିକ ସ୍ଥିତି ଓ ତଥ୍ୟ ପ୍ରମାଣ ଆଧାରରେ ଲିପନ ହିଁ ନିକିତା ମୃତ୍ୟୁ ପାଇଁ ଦାୟୀ।  ଘଟଣାଦିନ ଉଭୟଙ୍କ ମଧ୍ୟରେ ହୋଇଥିବା ଗଣ୍ଡଗୋଳ କଥାକୁ ସ୍ୱୀକାର କରିଛି ଲିପନ। ବଚସା ପରେ ଉଭୟଙ୍କ ମଧ୍ୟରେ ଠେଲାପେଲା ଯୋଗୁଁ ଖସିପଡିଛନ୍ତି ନିକିତା। ଲିପନଙ୍କ ବାପା ମାଆଙ୍କୁ ମଧ୍ୟ ଏ ନେଇ ପଚରାଉଚରା କରାଯାଇଛି। ଉଭୟଙ୍କ ନାଁରେ ଘରୋଇ ହିଂସା ମାମଲା ରୁଜୁ ହୋଇଛି।”

ପୂର୍ବରୁ ନିକିତାଙ୍କ ବାପାଙ୍କ ଅଭିଯୋଗ ଆଧାରରେ କଟକ ଚାଉଳିଆଗଞ୍ଜ ପୋଲିସ ନିକିତାଙ୍କ ସ୍ୱାମୀ ଲିପନଙ୍କୁ ଗିରଫ କରିଥିଲା। ନିକିତାଙ୍କ ବାପା ଅଭିଯୋଗ କରିଥିଲେ, “ଶାଶୂ ଘର ଲୋକଙ୍କ ସହ ନିକିତାଙ୍କର ମନୋମାଳିନ୍ୟ ଥିଲା। ତାଙ୍କୁ ବୁଝାଇବାକୁ ଲିପନ୍ ଆସିଥିଲେ। ଦୁହେଁ ଛାତ ଉପରକୁ ଯାଇଥିଲେ ଏବଂ ଲିପନ ଛାତ ଉପରୁ ଝିଅକୁ ଠେଲି ଦେଇଥିଲେ।” 

ଶୁକ୍ରବାର ରାତିରେ ନିକିତାଙ୍କୁ ଗୁରୁତର ଅବସ୍ଥାରେ କଟକର ଏକ ଘରୋଇ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା। ତାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା। ସେଠାରୁ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା। ଅବସ୍ଥା ଗୁରୁତର ହେବାରୁ ପରିବାର ଲୋକେ ତାଙ୍କୁ ପୁଣି ଏକ ଘରୋଇ ହସ୍ପିଟାଲ୍‌କୁ ନେଇଥିଲେ। ଶନିବାର ସେଠାରେ ନିକିତାଙ୍କ ମତ୍ୟୁ ଘଟିଥିଲା।

ତୁ ମୋ ଆଖିର ତାରା, ମିତ ବସିଛି ମୁଁ ଭୂତ ସାଥୀରେ, ଚୋରି ଚୋରି, ମଥାରେ ଦେଇ ପାଟ ଓଢ଼ଣୀ, ଗୁଣ୍ଡା ଚଳଚ୍ଚିତ୍ରରେ ଅଭିନୟ କରିଥିବା ନିକିତାଙ୍କ ଅଚାନକ ମୃତ୍ୟୁକୁ ତାଙ୍କ ଫ୍ୟାନମାନେ ସହଜରେ ଗ୍ରହଣ କରିପାରୁ ନାହାନ୍ତି।

Comment