ଓଡ଼ିଶାଲାଇଭ୍‌ ବ୍ୟୁରୋ

ଶୀତଦିନେ ପାଦ ଫାଟିବା ଏକ ସାଧାରଣ ସମସ୍ୟା।  ପାଦ ଫାଟିଲେ ବହୁତ କଷ୍ଟ ହୋଇଥାଏ। ବିଶେଷ କରି ପାଣି ବାଜିଲେ ଅଧିକ କଷ୍ଟ ହୋଇଥାଏ। ଅନେକେ ଏହାକୁ ସାଧାରଣରେ ନେଇଥାନ୍ତି। ଠିକ୍‌ ଯତ୍ନ ଅଭାବରୁ ପାଦ ଫାଟିଥାଏ। ତେବେ କିଛି ଉପାୟ ଅଛି ଯଦି ତାହା ଆପଣ କରୁଛନ୍ତି ତେବେ ଏହି ସମସ୍ୟାରୁ ମୁକ୍ତି ପାଇପାରିବେ।

ଅନେକେ ବାହାରୁ ମିଳୁଥିବା ବିଭିନ୍ନ କ୍ରିମ୍‌ ବ୍ୟବହାର କରିଥାନ୍ତି। କିନ୍ତୁ ଆପଣ ଯଦି କିଛି ଘରୋଇ ଉପଚାର କରିବେ ତେବେ ଶୀଘ୍ର ଏହି ସମସ୍ୟାରୁ ମୁକ୍ତି ପାଇ ପାରିବେ।

ଟବ୍‌ରେ ଦୁଇ ଲିଟର୍‌ ଉଷୁମ ପାଣି ଭର୍ତ୍ତି ରଖନ୍ତୁ। ସେଥିରେ ଏକ କପ୍‌ ଖିର, ଦୁଇ ଚାମଚ ରାଶି ତେଲ, ଦୁଇ ଚାମଚ ଲେମ୍ବୁ ରସ, ଏକ ଚାମଚ ଡାଲଚିନ୍‌ ଗୁଣ୍ଡ ମିଶାନ୍ତୁ। ସେହି ପାଣିରେ ପାଦକୁ ୧୫ ମିନିଟ୍‌ରୁ ଅଧଘଣ୍ଟା ପର୍ଯ୍ୟନ୍ତ ବୁଡ଼ାଇ ରଖନ୍ତୁ। ଏହା ପରେ ପାଦକୁ ପାଣି କାଢି ସଫା କପଡାରେ ଫୋଛି ଦିଅନ୍ତୁ। ପରେ ଏକ ପାଚିଲା କଦଳୀ ଚକଟି ଫାଠିଥିବା ପାଦରେ ଲଗାନ୍ତୁ।  ଏହାକୁ ୧୦ ମିନିଟ୍‌ ସେହିପରି ରଖି ଧୋଇଦିଅନ୍ତୁ। ଏହାକୁ ସପ୍ତାହରେ ୨ରୁ ୩ଥର କଲେ ପାଦ ଫଟା ସମସ୍ୟାରୁ ମୁକ୍ତି ପାଇବେ।

ତେବେ ଯଦି ଆପଣ ପାଦକୁ ପରିସ୍କାର ରଖୁଛନ୍ତି। ରାତିରେ ଶୋଇବା ପୂର୍ବରୁ ପାଦକୁ ଭଲରେ ଧୋଉଛନ୍ତି। ଶୀତଦିନରେ ସବୁବେଳେ ମୋଜା ଅଥବା ଯୋତା ପିନ୍ଧିଲେ ମଧ୍ୟ ଏହି ସମସ୍ୟା ଦେଖା ଯାଇନଥାଏ।

Comment