ଓଡ଼ିଶାଲାଇଭ୍‌ ବ୍ୟୁରୋ

ଅଭିନେତ୍ରୀ ନିକିତାଙ୍କ ମୃତ୍ୟୁର ପୋଷ୍ଟମର୍ଟମ ରିପୋର୍ଟ ସାମ୍ନାକୁ ଆସିଛି। ଉଚ୍ଚସ୍ଥାନରୁ ପଡ଼ି ନିକିତାଙ୍କ ମୃତ୍ୟୁ ହୋଇଥିବା ସ୍ପଷ୍ଟ ହୋଇଛି। ଏ ନେଇ ସୂଚନା ଦେଇଛନ୍ତି କଟକ ଡିସିପି ଅଖିଳେଶ୍ୱର ସିଂ। ନିକିତାଙ୍କ ସ୍ୱାମୀ ଏବେ ଚୌଦ୍ୱାର ଜେଲରେ ଅଛନ୍ତି।

ନିକିତା ମୃତ୍ୟୁ ଦିନ ତାଙ୍କ ବାପ ଘରେ ଥିଲେ। ନିକିତାଙ୍କର ୪ମାସର ପିଲା ବି ଅଛି। ନିକିତାଙ୍କ ବାପାଙ୍କ ଅଭିଯୋଗ ଅନୁସାରେ, “ଶାଶୂ ଘର ଲୋକଙ୍କ ସହ ନିକିତାଙ୍କର ମନୋମାଳିନ୍ୟ ଥିଲା। ତାଙ୍କୁ ବୁଝାଇବାକୁ ଲିପନ୍ ଆସିଥିଲେ। ଦୁହେଁ ଛାତ ଉପରକୁ ଯାଇଥିଲେ, ସେଠାରେ କିଛି ସମୟ ସେମାନଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା।  ଲିପନ ଛାତ ଉପରୁ ଝିଅକୁ ଠେଲି ଦେଇଥିଲେ।”

ଗତ ଶୁକ୍ରବାର ରାତିରେ ନିକିତାଙ୍କୁ ଗୁରୁତର ଅବସ୍ଥାରେ କଟକର ଏକ ଘରୋଇ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା। ତାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା। ସେଠାରୁ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା। ଅବସ୍ଥା ଗୁରୁତର ହେବାରୁ ପରିବାର ଲୋକେ ତାଙ୍କୁ ପୁଣି ଏକ ଘରୋଇ ହସ୍ପିଟାଲ୍‌କୁ ନେଇଥିଲେ। ଶନିବାର ସେଠାରେ ନିକିତାଙ୍କ ମତ୍ୟୁ ଘଟିଥିଲା।

LEAVE A REPLY

Please enter your comment!
Please enter your name here