ଓଡ଼ିଶାଲାଇଭ୍‌ ବ୍ୟୁରୋ

ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ ଶରିଫଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର ଅଛି। ସୂଚନାନୁସାରେ ଶରିଫ ଜେଲରେ ଥିବା ବେଳେ ହଠାତ୍‌ ତାଙ୍କ ଦେହ ଖରାପ୍‌ ହୋଇଯାଇଥିଲା ଓ ଚେତାଶୂନ୍ୟ ହୋଇଯାଇଥିଲେ। ତାଙ୍କୁ ସଙ୍ଗେ ସଙ୍ଗେ ଚିକିତ୍ସା କରାଯାଇଥିଲା। ଡାକ୍ତରଙ୍କ କହିବା ଅନୁସାରେ ଔଷଧ ଠିକ୍‌ସେ ଖାଉନଥିବାରୁ ଶରିଫଙ୍କ ଦେହ ଖରାପ ହୋଇଛି। ଏହା ସହିତ ଜ୍ୱର ପାଇଁ ମଧ୍ୟ ତାଙ୍କ ଦେହ ଖରାପ ହୋଇଛି।

ଶରିଫ ଏବେ ଏକ ଦୁର୍ନୀତି ମାମଲାରେ ୭ବର୍ଷ ଜେଲଦଣ୍ଡ ଭୋଗୁଛନ୍ତି। କୁହାଯାଉଛି ପିଏମ୍‌ଏନ୍‌ଏଲ୍‌ଏନ୍‌ର ନେତା ତଥା ଶରିଫଙ୍କ ଝିଅ ମାରିୟମ ଜେଲରେ ଶରିଫଙ୍କୁ ସାକ୍ଷାତ କରିବା ପରେ ତାଙ୍କ ଦେହ ଅସୁସ୍ଥ ହୋଇପଡ଼ିଛି।

ଡିସେମ୍ବର ୨୪ରେ ଆକାଉଣ୍ଟବିଲିଟ୍ କୋର୍ଟ ୬୯ବର୍ଷିୟ ଶରିଫଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ। ଏହା ସହିତ ତାଙ୍କୁ ୧.୫ବିଲିୟନ ଟଙ୍କା ଜୋରିମାନା ଦେବାକୁ ମଧ୍ୟ କୋର୍ଟ କହିଥିଲେ।

LEAVE A REPLY

Please enter your comment!
Please enter your name here