ଓଡ଼ିଶାଲାଇଭ୍ ବ୍ୟୁରୋ

ଟିମ୍‌ ଇଣ୍ଡିଆର ପୂର୍ବତନ କ୍ୟାପଟେନ ରାହୁଲ ଦ୍ରାବିଡ ଶୁକ୍ରବାର ୪୬ତମ ଜନ୍ମଦିବସ ପାଳନ କରୁଛନ୍ତି।

ଭାରତୀୟ କ୍ରିକେଟ ଟିମ୍‌ର ପୂର୍ବତନ ଅଧିନାୟକ ରାହୁଲ ଦ୍ରାବିଡ ଶୁକ୍ରବାର ୪୬ ବର୍ଷ ବୟସରେ ପାଦ ଦେଇଛନ୍ତି। କ୍ରିକେଟରେ ଦକ୍ଷ ପ୍ରଦର୍ଶନ ପାଇଁ ତାଙ୍କୁ ଟିମ ଇଣ୍ଡିଆର ଦିୱାର ବୋଲି କୁହାଯାଏ।

୧୯୭୩ ମସିହା ଆଜିର ଦିନରେ ରାହୁଲ ମଧ୍ୟପ୍ରଦେଶର ଇନ୍ଦୋରଠାରେ ଜନ୍ମ ଗ୍ରହଣ କରିଥିଲେ। ରାହୁଲଙ୍କର ପିଲାଟି ଦିନରୁ କ୍ରିକେଟ ପ୍ରତି ଦୁର୍ବଳତା ରହିଥିଲା। ସେ ମାତ୍ର ୧୨ ବର୍ଷ ବୟସରୁ  କ୍ରିକେଟ ଖେଳ ଆରମ୍ଭ କରିଥିଲେ।

୧୯୯୬ ମସିହାରେ ଶ୍ରୀଲଙ୍କା ବିପକ୍ଷରେ ସିଙ୍ଗାପୁରରେ ସିଙ୍ଗର କପ୍‌ରେ ଖେଳି ରାହୁଲ କ୍ରିକେଟରେ ଡେବ୍ୟୁ କରିଥିଲେ।

ଡେବ୍ୟୁ ମ୍ୟାଚରେ ରାହୁଲ ଭଲ ପ୍ରଦର୍ଶନ କରିପାରିନଥିଲେ। ମାତ୍ର ୩ ରନ୍‌ କରି ସେ ଆଉଟ୍‌ ହୋଇଥିଲେ।

ପରବର୍ତ୍ତୀ ସମୟରେ ସେ କ୍ରିକେଟରେ ଭଲ ନାମ କରିଥିଲେ ଯେଉଁଥିପାଇଁ କ୍ରିକେଟରେ ସେ ବେଶ୍ ଲୋକପ୍ରିୟତା ହାସଲ କରିଥିଲେ।

ରାହୁଲଙ୍କ ଜନ୍ମଦିବସ ଅବସରରେ ବିରେନ୍ଦ୍ର ସେହ୍ଵାଗ ଟୁଇଟର ଜରିଆରେ ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ସେ ତାଙ୍କ ଟୁଇଟ୍‌ରେ ଲେଖିଛନ୍ତି, “ଦିୱାରର ବି କାନ ଥାଏ, କିନ୍ତୁ ଏ ଦିୱାରର ବହୁତ ଭଲ ହୃଦୟ ବି ଅଛି।”

Comment