ଓଡ଼ିଶାଲାଇଭ୍ ବ୍ୟୁରୋ

ଅଷ୍ଟ୍ରେଲିଆ ମାଟିରେ ଟେଷ୍ଟ ସିରିଜ ଜିତି ଭାରତ ଇତିହାସ ରଚିବା ପରେ ଏବେ ଦିନିକିଆରେ ବାଜିମାତ କରିବାକୁ ଲକ୍ଷ୍ୟ ରଖିଛି ବିରାଟବାହିନୀ।

ଅଷ୍ଟ୍ରେଲିଆ ମାଟିରେ ପ୍ରଥମଥର ଟେଷ୍ଟ ସିରିଜ ଜିତିବା ପରେ ଏବେ ଦିନିକିଆ ସିରିଜରେ ବାଜି ମାରିବାକୁ ପ୍ରସ୍ତୁତି କରୁଛି ଟିମ ଇଣ୍ଡିଆ। ଦିନିକିଆ ସିରିଜ ପାଇଁ ଭାରତୀୟ ଖେଳାଳି ଅଭ୍ୟାସ ମଧ୍ୟ ଆରମ୍ଭ କରିଛନ୍ତି।

ଅଷ୍ଟ୍ରେଲିଆ ଓ ଭାରତ ମଧ୍ୟରେ ହେବାକୁ ଥିବା ୩ମ୍ୟାଚ ବିଶିଷ୍ଟ ଦିନିକିଆ ସରିଜ ଜାନୁଆରୀ ୧୨ରୁ ଆରମ୍ଭ ହେବାକୁ ଯାଉଛି। ସିରିଜର ପ୍ରଥମ ମ୍ୟାଚ ୧୨ ତାରିଖ ଅର୍ଥାତ ଶନିବାର ସିଡନୀ ଗ୍ରାଉଣ୍ଡରେ ଖେଳାଯିବ।

ଦ୍ୱିତୀୟ ମ୍ୟାଚ ଜାନୁଆରୀ ୧୫ରେ ଆଡିଲେଡରେ ଖେଳାଯିବ। ସିରିଜର ତୃତୀୟ ବା ଶେଷ ମ୍ୟାଚ ଜାନୁଆରୀ ୧୮ରେ ମେଲବର୍ଣ୍ଣରେ ଖେଳାଯିବ।

ଟେଷ୍ଟରେ କଙ୍ଗାରୁ ଦଳକୁ ମାତ୍‌ ଦେଇଥିବା ବିରାଟବାହିନୀ ପାଖରେ ଦିନିକିଆ ସିରିଜ ଜିତି ଇତିହାସ ରଚିବାର ସୁଯୋଗ ରହିଛି । ଯଦି ବିରାଟ କୋହଲିଙ୍କ ନେତୃତ୍ଵରେ ଭାରତକୁ ଏହି ସିରିଜରେ ବିଜୟ ହାସଲ କରେ ତେବେ ବିରାଟ ଭାରତର ପ୍ରଥମ ଅଧିନାୟକ ହେବେ, ଯିଏକି ଅଷ୍ଟ୍ରେଲିଆ ମାଟିରେ ଟେଷ୍ଟ ଏବଂ ଦିନିକିଆ ସିରିଜରେ ଦଳକୁ ବିଜୟ ପ୍ରଦାନ କରିବେ ।

LEAVE A REPLY

Please enter your comment!
Please enter your name here