ଓଡ଼ିଶାଲାଇଭ୍‌ ବ୍ୟୁରୋ

କୋହଲି କହିଲେ, “ଅବସର ପରେ ମୁଁ କ୍ରିକେଟ ଖେଳିବା ବନ୍ଦ କରିଦେବି।”

ଟିମ୍ ଇଣ୍ଡିଆ ଅଧିନାୟକ ବିରାଟ କୋହଲି ଏବେ କ୍ରିକେଟର ୩ଟି ଯାକ ଫର୍ମାଟରେ ଏକ ନମ୍ବର ବ୍ୟାଟସ୍‌ମ୍ୟାନ। ୨୦୧୯ ବିଶ୍ୱକପ୍‌ରେ କୋହଲି ଭାରତର ନେତୃତ୍ୱ ନେଇ ଦଳକୁ ଜିତାଇବେ ବୋଲି ସମସ୍ତେ ଆଶା ରଖିଛନ୍ତି।

ଏବେ ଟିମ୍ ଇଣ୍ଡିଆ ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମ ଦିନିକିଆ ମ୍ୟାଚ୍ ଖେଳିବାକୁ ସିଡ୍‌ନୀରେ ରହିଛି। ଏହି ସମୟରେ କୋହଲିଙ୍କୁ ସାମ୍ବାଦିକମାନେ କ୍ରିକେଟରୁ ଅବସର ନେବା ପରେ କ’ଣ ଘରୋଇ ଟି-୨୦ ଲିଗ୍ ଖେଳିବେ କି ପ୍ରଶ୍ନ କରିଥିଲେ।

ଏହାର ଉତ୍ତର ଦେଇ କୋହଲି କହିଛନ୍ତି, “ମୁଁ ଅବସର କଥା ଏବେ ଚିନ୍ତା କରିନାହିଁ। ଅବସର ନେବା ବେଳକୁ ଆଉ କ୍ରିକେଟ ମୋ’ ପାଖରେ ନଥିବ। ତେଣୁ ମୁଁ କ୍ରିକେଟ ଖେଳିବା ବନ୍ଦ କରିଦେବି। ଅବସର ନେବା ଅର୍ଥ କ୍ରିକେଟ ଖେଳିବା ବନ୍ଦ କରିବା। ତେଣୁ ମୁଁ କେବେ ହେଲେ ପୁଣି ପଡ଼ିଆକୁ ଓହ୍ଲାଇ କ୍ରିକେଟ ଖେଳିବି ନାହିଁ। ଥରେ ନିଷ୍ପତ୍ତି ନେଲି ମାନେ କ୍ରିକେଟ ଖେଳ ବନ୍ଦ। ମୁଁ ଜାଣିନି ଭବିଷ୍ୟତରେ ସ୍ଥିତି କ’ଣ ହେବ। ମୁଁ କ୍ରିକେଟ ଖେଳିବାକୁ ଅକ୍ଷମ ହେଲେ ଯାଇ ଅବସର ନେବି। ଏଇ ୫ ବର୍ଷ ହେଲାଣି ବହୁତ କ୍ରିକେଟ ଖେଳି ସାରିଲିଣି। ଆଗକୁ ଆହୁରି କ୍ରିକେଟ ଖେଳିବି। ତେଣୁ ଅବସର ପରେ ପୁଣି ବ୍ୟାଟ୍ ଧରିବା ମୋ ପକ୍ଷରେ ସମ୍ଭବ ନୁହେଁ।”

Comment