ଓଡ଼ିଶାଲାଇଭ୍‌ ବ୍ୟୁରୋ

ମୟୂରଭଞ୍ଜ ବାଙ୍ଗିରିପୋଷିରେ ଏକ କାର ଉପରେ ମାଲ ବୋଝେଇ ଟ୍ରକ ଓଲଟି ପଡ଼ିଛି। ତେବେ ଟ୍ରକରେ ମାଲ ବୋଝେଇ ହୋଇଥିବାରୁ ଏହା ତଳେ ସମ୍ପୁର୍ଣ୍ଣ ଭାବେ କାରଟି ରହିଯାଇଛି। ଏହି ଦୁର୍ଘଟଣା ବାଙ୍ଗିରପୋଷି ଘାଟିରେ ହୋଇଛି।

ଏହି ଦୁର୍ଘଟଣାରେ କ’ଣ କ୍ଷତି ହୋଇଛି ତାହା ଏ ଯାଏଁ ଜଣାପଡ଼ିନାହିଁ। ଏମିତିକି କାରରେ କେତେ ଜଣ ଲୋକ ଅଛନ୍ତି କି କେହି ନାହାନ୍ତି ତାହା ବି ସ୍ପଷ୍ଟ ହୋଇପାରିନାହିଁ।

ତେବେ ସ୍ଥାନୀୟ ଲୋକ ଘଟଣାସ୍ଥଳରେ ପହଞ୍ଚିଛନ୍ତି। କାରର ନମ୍ବରରୁ ଲାଗୁଛି ଏହା ମହାରାଷ୍ଟ୍ରର ବୋଲି।

ଖୁବଶୀଘ୍ର ସମ୍ପୂର୍ଣ୍ଣ ସୂଚନା….

Comment