ଓଡ଼ିଶାଲାଇଭ୍‌ ବ୍ୟୁରୋ

୨୦୨୦ ରାଷ୍ଟ୍ରପତି ନିର୍ବାଚନରେ ଡୋନାଲ୍ଡ ଟ୍ରମ୍ପଙ୍କ ବିରୋଧରେ ନିର୍ବାଚନ ଲଢ଼ିବେ ଭାରତୀୟ ବଂଶୋଦ୍ଭବ ହିନ୍ଦୁ ମହିଳା। ଆସନ୍ତୁ ଜାଣିବା ଏହି ମହିଳା କିଏ?

ଜଣେ ହିନ୍ଦୁ ଭାବେ ପ୍ରଥମ ଥର ପାଇଁ ଆମେରିକା ରାଷ୍ଟ୍ରପତି ନିର୍ବାଚନ ଲଢ଼ିବେ ମହିଳା ଭାରତୀୟ ବଂଶୋଦ୍ଭବ। ତାଙ୍କ ନାଁ ହେଉଛି ତୁଲସୀ ଗାବାର୍ଡ। ତୁଲସୀ ଏହାପୂର୍ବରୁ ପ୍ରଥମ ହିନ୍ଦୁ ଭାବରେ ଆମେରିକା କଂଗ୍ରେସରେ ମଧ୍ୟ ସ୍ଥାନ ପାଇସାରିଛନ୍ତି।

୨୦୨୦ ମସିହାରେ ରାଷ୍ଟ୍ରପତି ନିର୍ବାଚନ ଲଢ଼ିବେ ତୁଲସୀ ଗାବାର୍ଡ। ବର୍ତ୍ତମାନର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିରୋଧରେ ଡେମୋକ୍ରାଟିକ୍ ପାର୍ଟି ପକ୍ଷରୁ ସେ ଲଢ଼ିବେ। ତୁଲସୀ ଏହି ପ୍ରସଙ୍ଗରେ କହିଛନ୍ତି, “ମୁଁ ନିର୍ବାଚନ ଲଢ଼ିବାକୁ ନିଷ୍ପତ୍ତି ନେଇସାରିଛି ଏବଂ ଆସନ୍ତା ସପ୍ତାହ ମଧ୍ୟରେ ବିଧିବଦ୍ଧ ଘୋଷଣା କରିବି।”

ତୁଲସୀ ଗାବାର୍ଡଙ୍କ ବ୍ୟତୀତ ଅନ୍ୟ ଜଣେ ଭାରତୀୟ ବଂଶୋଦ୍ଭବ ହାରିସ୍ ମଧ୍ୟ ଏହି ଦୌଡ଼ରେ ସାମିଲ ଅଛନ୍ତି। ଯଦି ତୁଲସୀ ରାଷ୍ଟ୍ରପତି ପାଇଁ ନିର୍ବାଚିତ ହୁଅନ୍ତି ତେବେ ସବୁଠୁ ଯୁବା ତଥା ଆମେରିକାର ପ୍ରଥମ ମହିଳା ରାଷ୍ଟ୍ରପତି ହେବେ ତୁଲସୀ। ଏନେଇ ଚର୍ଚ୍ଚା ଜୋର ଧରିଛି।

Comment