ଓଡ଼ିଶାଲାଇଭ୍‌ ବ୍ୟୁରୋ

ଜିଓ ଟିଭି ଏବେ ଉପଭୋକ୍ତାଙ୍କ ପାଇଁ ଆଣିଛି ନୂଆ ଅଫର। ଏବେ ଜିଓ ଟିଭି ଆଣିଛି ୧୬ଟି ଓଡ଼ିଆ ଚ୍ୟାନେଲ୍‌। ଏଣିକି ମାଗଣାରେ ଜିଓ ଉପଭୋକ୍ତାମାନେ ଜିଓ ଟିଭି ଆପ୍‌ରେ ଦେଖିପାରିବେ ଏହି ଓଡ଼ିଆ ଚ୍ୟାନେଲ। ଯାହାମଧ୍ୟରେ ରହିଛି ନ୍ୟୁଜ୍‌ ଚ୍ୟାନେଲ୍‌, ଚଳଚ୍ଚିତ୍ର, ମ୍ୟୁଜିକ୍‌ ଏବଂ ମନୋରଞ୍ଜନ।

ଓଡ଼ିଶାରେ ଜିଓର ୭୫ ଲକ୍ଷରୁ ଅଧିକ ଉପଭୋକ୍ତା ଏବଂ ଦେଶର ଅନ୍ୟାନ୍ୟ କୋଣ ଅନୁକୋଣରୁ ଲୋକ ହାତ ପାହାନ୍ତାରେ ବିନା ମୂଲ୍ୟରେ ନିଜ ମନ ପସନ୍ଦର ଓଡ଼ିଆ ଟିଭି ଚ୍ୟାନେଲ ଦେଖିପାରିବେ।

ଜିଓ ଟିଭିରେ ଉପଲବ୍ଧ ହେଉଥିବା ଓଡ଼ିଆ ଚ୍ୟାନେଲଗୁଡ଼ିକ ମଧ୍ୟରେ ରହିଛି ସମସ୍ତ ଓଡ଼ିଆ ନ୍ୟୁଜ୍‌ ଚ୍ୟାନେଲ। ତରଙ୍ଗ, ସାର୍ଥକ, କଲର୍ସ ଓଡ଼ିଆ ଭଳି ଓଡ଼ିଆ ମନୋରଞ୍ଜନ ଚ୍ୟାନେଲ ଏବେ ଜିଓଟିଭିରେ ଦେଖିପାରିବେ ଦର୍ଶକ। ଏଥି ସହିତ ଓଡ଼ିଆ ମ୍ୟୁଜିକ ଚ୍ୟାନେଲ ତରଙ୍ଗ ମ୍ୟୁଜିକ, ଓଡ଼ିଆ ଚଳଚ୍ଚିତ୍ର ଚ୍ୟାନେଲ ଅଳଙ୍କାର ଏବଂ ଓଡ଼ିଆ ଭକ୍ତି ଆଧାରିତ ଚ୍ୟାନେଲ ପ୍ରାର୍ଥନା ଏବେ ଜିଓ ଟିଭିରେ ଉପଲବ୍ଧ ହେଉଛି।

ବିଭିନ୍ନ ଭାଷାରେ ଏବଂ ବିଭିନ୍ନ ବଗର୍ର ଲୋକମାନଙ୍କ ପାଇଁ ଚ୍ୟାନେଲ ପ୍ରଦାନ କରୁଥିବା ଜିଓ ଟିଭିରେ ରହିଛି ୬୦ଟି ଏଚ୍‌ଡି ଚ୍ୟାନେଲ୍ ସମେତ ୫୭୫ରୁ ଅଧିକ ଜିଓ ଚ୍ୟାନେଲ୍‌। ଏଥି ସହିତ କ୍ରିକେଟ ମ୍ୟାଚ ସମୂହ ଓ ଆଇ ଲିଗ୍ ଫୁଟବଲ ଟୁର୍ଣ୍ଣାମେଣ୍ଟ ଭଳି ପ୍ରମୁଖ କ୍ରୀଡାର ପ୍ରସାରଣ ଜିଓ ଟିଭିରେ ଦର୍ଶକଙ୍କ ପାଇଁ ଉପଲବ୍ଧ ହେଉଛି।

Comment