ଓଡ଼ିଶାଲାଇଭ୍ ବ୍ୟୁରୋ

ମୋବାଇଲ ସେବା ପ୍ରଦାନ କ୍ଷେତ୍ରରେ ଧମାଲ ମଚାଉଥିବା ମୁକେଶ ଅମ୍ବାନୀଙ୍କ ରିଲାଏନ୍ସ ଇଣ୍ଡଷ୍ଟ୍ରୀର ଦୂରସଞ୍ଚାର କମ୍ପାନି ପୁଣି ଏକ ଧମାକାଦାର ଅଫର ଆଣିବାକୁ ଯାଉଛି। ବ୍ରଡବ୍ରାଣ୍ଡ, ଲ୍ୟାଣ୍ଡଲାଇନ ଫୋନ୍ ଏବଂ ଡିଟିଏଚ୍ ଭଳି ତିନିଟି ସେବା ଗୋଟିଏ କନେକସନରେ ମିଳିବ।

ପୂର୍ବରୁ ଅଲଗା ଅଲଗା ବିଲ୍ ପୈଠ କରିବାକୁ ପଡ଼ୁଥିଲା ବେଳେ ଏବେ ଗୋଟିଏ ବିଲ୍ରେ ଗ୍ରାହକଙ୍କୁ ସବୁ ସୁବିଧା ମିଳିବ। ମାସକୁ ମାତ୍ର ୬୦୦ ଟଙ୍କାରେ ଏହି ତିନିଟି ସୁବିଧା ଉପଲବ୍ଧ ହେବ।

ରିଲାଏନ୍ସ ଜିଓ ଗିଗା ଫାଇବର କନେକସନରେ ଏହି ସମସ୍ତ ସୁବିଧା ଏକାଠି ଆଣୁଛି। ଖାଲି ସେତିକି ନୁହେଁ ଏକ ହଜାର ଟଙ୍କାର ହୋମ୍ ନେଟୱର୍କରେ ଗିଗା ଫାଇବର କନେକସନ ଜରିଆରେ ୪୦ଟି ଡିଭାଇସର କନେକ୍ଟ କରିପାରିବେ ଉପଭୋକ୍ତା।

ଗ୍ରାହକଙ୍କୁ ଏକ ବର୍ଷ ପାଇଁ ମାଗଣା ପ୍ୟାକେଜ ମିଳିବ। ଏଥିପାଇଁ ଉପଭୋକ୍ତାଙ୍କୁ ଏକାଥରକେ ୪୫୦୦ ଟଙ୍କା ଜମା କରିବାକୁ ପଡ଼ିବ। ରିଲାଏନ୍ସ ଜିଓର ଏହି ତିନି ଟିକିଆ ପ୍ୟାକେଜରେ ଗ୍ରାହକ ମାଗଣାରେ ଭଏସ କଲର ସୁବିଧା ପାଇପାରିବ। ଏହାର ଅବଧି ୨୮ ଦିନ ଥିଲାବେଳେ ଉପଭୋକ୍ତାଙ୍କୁ ୧୦୦ ଜିବି ଡାଟା ମିଳିବ। ଖୁବଶୀଘ୍ର୍ର ଏହି ସୁବିଧା ଉପଲବ୍ଧ ହେବ ବୋଲି କମ୍ପାନି ପକ୍ଷରୁ କୁହାଯାଇଛି।

Comment