ଓଡ଼ିଶାଲାଇଭ୍ ବ୍ୟୁରୋ

ରିଲାଏନ୍ସ ଜିଓର ୟୁଜର୍ସମାନଙ୍କ ପାଇଁ ଏକ ବଡ଼ ଅଫର। କ୍ରିକେଟ ମ୍ୟାଚ୍ ଲାଇଭ୍ ଦେଖିବାରେ ଜିଓ ଆଣିଛି ଧମାକାଦାର ଅଫର। ଜିଓ ବ୍ୟବହାରକାରୀମାନେ ପ୍ରତିଟି ବିଶ୍ୱକପ୍ ମ୍ୟାଚକୁ ମାଗଣା ଦେଖିପାରିବେ। ଏବଂ ମାଇ ଜିଓ ଆପରେ ଜିଓ ବ୍ୟବହାରକାରୀ ଖେଳ ଚାଲିଥିବା ସମୟରେ ନିଜେ ଖେଳି ଆକର୍ଷଣୀୟ ପୁରସ୍କାର ଜିତିପାରିବେ। ମାତ୍ର ୨୫୧ ଟଙ୍କାର ଡାଟା ପ୍ୟାକରେ ଆପଣ ସମ୍ପୂର୍ଣ୍ଣ ମ୍ୟାଚ୍ ଦେଖିପାରିବେ।

ଏହି ପ୍ୟାକ୍‍ ଦ୍ୱାରା ଜିଓ ଆପଣଙ୍କୁ ୩୬୫ ଟଙ୍କାର ଫାଇଦା ମଧ୍ୟ ଦେଉଛି। କାରଣ ଯଦି କେବଳ ବିଶ୍ୱକପ୍ ଲାଇଭ୍‍ ଇଣ୍ଟରନେଟ୍‍ରେ ଦେଖିଥାଆନ୍ତେ, ତେବେ ତାଙ୍କୁ ଏଥିପାଇଁ ଅଧିକ ୩୫୬ ଟଙ୍କା ଦେବାକୁ ହୋଇଥାଆନ୍ତା

ଜିଓ ଟିଭି ମାଧ୍ୟମରେ ହଟ୍‍ ଷ୍ଟାରରେ ଏହି ସମସ୍ତ ମ୍ୟାଚ୍‍କୁ ଦେଖିବା ଲାଗି ଜିଓ ବ୍ୟବହାରକାରୀଙ୍କୁ ୨୫୧ ଟଙ୍କାର କ୍ରିକେଟ୍‍ ପ୍ୟାକ୍‍ ରିଚାର୍ଜ କରିବା ବାଧ୍ୟତାମୂଳକ ନୁହେଁ। ସେମାନେ ସେମାନଙ୍କ ରେଗୁଲାର୍‍ ପ୍ୟାକ୍‍ ମାଧ୍ୟମରେ ମଧ୍ୟ କ୍ରିକେଟ୍‍ ମ୍ୟାଚ୍‍ର ଦେଖିପାରିବେ।

ଏହି ୨୫୧ ଡାଟା ପ୍ୟାକର ସମୟସୀମା ୫୧ ଦିନ। ଏଥିରେ ୧୦୨ ଡାଟା ମିଳୁଛି।

Comment