ଓଡ଼ିଶାଲାଇଭ୍‌ ବ୍ୟୁରୋ

ଆଜିକାଲିର ସମାଜରେ ଅନେକଙ୍କ ପାଖରେ ଉଚ୍ଚ ରକ୍ତଚାପ ସମସ୍ୟା ଦେଖାଦେଉଛି। ଏହା ଦ୍ୱାରା କେବେ କେବେ ଲୋକଙ୍କ ଜୀବନ ବି ଚାଲିଯାଇଥାଏ। ତେବେ ଉଚ୍ଚ ରକ୍ତଚାପର ଚିକିତ୍ସା ଠିକ୍ ସମୟରେ ନକଲେ ଏହାଦ୍ଵାରା ଶରୀରର ବିଭିନ୍ନ ଅଙ୍ଗପ୍ରତ୍ୟଙ୍ଗ ତଥା ଆଭ୍ୟନ୍ତରୀଣ ଅଙ୍ଗ ଉପରେ ପ୍ରତିକୂଳ ପ୍ରଭାବ ପଡିଥାଏ ବୋଲି ଏକ ଗବେଷଣାରୁ ଜଣାପଡ଼ିଥାଏ।

ଯଦି ଉଚ୍ଚ ରକ୍ତଚାପ ସମ୍ପର୍କରେ କିଶୋର ବୟସରେ ଜଣାପଡେ ତେବେ ପ୍ରଥମେ ଏଥିପ୍ରତି ଅବହେଳା ନକରି ତୁରନ୍ତ ଚିକିତ୍ସକଙ୍କ ପରାମର୍ଶ ନେବାର ଆବଶ୍ୟକତା ରହିଛି ବୋଲି ଡାକ୍ତର ପରାମର୍ଶ ଦେଇଛନ୍ତି। ଉଚ୍ଚ ରକ୍ତଚାପ ଯୋଗୁଁ କିଶୋରଙ୍କ ହୃଦୟର ସାଧାରଣ କାର୍ଯ୍ୟ ପ୍ରଣାଳୀ ଉପରେ ପ୍ରଭାବ ପଡିଥାଏ। ଫଳରେ ଶରୀରର ସମସ୍ତ ଅଙ୍ଗକୁ ଆବଶ୍ୟକ ପରିମାଣର ସ୍ଵଚ୍ଛ ରକ୍ତ ପହଞ୍ଚିପାରି ନଥାଏ। ଆବଶ୍ୟକ ପରିମାଣ ରକ୍ତର ଅଭାବରେ ମସ୍ତିଷ୍କାଘାତ ଭଳି ରୋଗର ଆଶଙ୍କା ଥାଏ।

ଏକ ଗବେଷଣାରୁ ଜଣାପଡ଼ିଛି କି ସାଧାରଣତଃ ୧୪ରୁ ୧୭ବୟସ୍କ କିଶୋର ଉଚ୍ଚ ରକ୍ତଚାପ ଯୋଗୁଁ ଅଧିକ କ୍ଷତିଗ୍ରସ୍ତ ହୋଇଥାନ୍ତି।  ସେହିପରି ମଧ୍ୟମ ବୟସ୍କ ବ୍ୟକ୍ତିଙ୍କ କ୍ଷେତ୍ରରେ ଏହାର ପ୍ରଭାବ ରହିଥାଏ ବୋଲି ଗବେଷକ କହିଛନ୍ତି। ଯଦି ଠିକ ସମୟରେ ଚିକିତ୍ସା କରାଯାଏ ଉଚ୍ଚରକ୍ତ ଚାପ ଯୋଗୁଁ ହେଉଥିବା ସମସ୍ୟାରୁ ଆପଣ ନିଜକୁ ଦୂରେଇ ରଖିପାରିବେ।

Comment