ଓଡ଼ିଶାଲାଇଭ୍‌ ବ୍ୟୁରୋ

ଦେଶରର ଆର୍ଥିକ ମେରୁଦଣ୍ଡର ସହର କୁହାଯାଉଥିବା ମୁମ୍ବାଇରେ ଜଣେ ୨ବର୍ଷର ଶିଶୁ ୬ଟି ଜୀବନ ବଞ୍ଚାଇପାରିଛି। ଏହାସହିତ ଏହି ଶିଶୁ ସବୁଠୁ କମବୟସ ଅଙ୍ଗଦାନରେ ନିଜ ନାଁକୁ ସାମିଲ କରିପାରିଛନ୍ତି।

ଦୁଇ ବର୍ଷର ଏହି ଶିଶୁର ବ୍ରେନ ଡେଡ୍‌ ହୋଇଯିବା ପରେ ତାର ଅଙ୍ଗ ମାଧ୍ୟମରେ ଜୀବନ ସହ ସଂଗ୍ରାମ କରୁଥିବା ୬ଜଣ ରୋଗୀଙ୍କ ଜୀବନ ବଞ୍ଚାଇ ଦିଆଯାଇପାରିଛି।

ଶିଶୁଟିର ଚିକିତ୍ସା ମୁମ୍ବାଇର ଏକ ମେଡିକାଲରେ କରାଯାଉଥିଲା ମାତ୍ର ରବିବାର ଚିକିତ୍ସା କରୁଥିବା ଡାକ୍ତର ପରିବାର ଲୋକଙ୍କୁ କହିଥିଲେକି ଶିଶୁଟିର ବ୍ରେନ୍‌ ଡେଡ୍‌ ହୋଇଯାଇଛି। ଯାହାପରେ ପରିବାର ଲୋକ ଶିଶୁର ଅଙ୍ଗଦାନ କରିବାକୁ ନିଷ୍ପତ୍ତି ନେଇଥିଲେ। ଶିଶୁଟିର ହାର୍ଟ, କିଡନୀ,ଲିଭର ଓ ଆଖି ଦାନ କରାଯାଇଛି।

ଡାକ୍ତରଙ୍କ କହିବା ଅନୁସାରେ ଫେବ୍ରୁଆରି୪ ରେ ଶିଶୁଟିକୁ ଚିକିତ୍ସା ପାଇଁ ଅଣାଯାଇଥିଲା। ମାତ୍ର ଗତ ରବିବାର ଦିନ ହଠାତ୍‌ ଶିଶୁଟି ଗୁରୁତର ହୋଇଯାଇଥିଲା। ଯାହାର କିଛି ସମୟପରେ ଡାକ୍ତର ଶିଶୁଟିର ବ୍ରେନ ଡେଡ୍‌ ହୋଇଥିବା ଘୋଷଣା କରିଥିଲେ।

ନିଜପିଲାକୁ ହରାଇ ବି ବାପାମା’ ମାନବିକତାର ପରିଚୟ ଦେଖାଇଛନ୍ତି। ଶିଶୁର ଅଙ୍ଗଦାନ କରି ଅନ୍ୟର ଜୀବନ ବଞ୍ଚାଇପାରିଛନ୍ତି। ତେବେ ଜଣାପଡିଛି ସେମାନେ ପୁଣେର ଅଧିବାସୀ ପିଲାଟିର ଚିକିତ୍ସା ଲାଗି ସେମାନେ ମୁମ୍ବାଇ ଆସିଥିଲେ।

ଏଭଳି ଏକ ମହତ କାମ ପରେ କେବଳ ମେଡିକାଲର କର୍ତ୍ତୃପକ୍ଷ ନୁହନ୍ତି ବରଂ ସାଧାରଣ ଲୋକବି ଶିଶୁଟିର ବାପାମାଙ୍କ ମାନବିକତା ଓ ମହାନତା ଆଗରେ ମୁଣ୍ଡ ନୁଆଁଇଛନ୍ତି। ଏହାସହିତ ଏଭଳି ଏକ ଦୁଃଖଦ ସମୟରେ ଧୈର୍ଯ୍ୟ ଧରିବାକୁ ସମସ୍ତେ ପରାମର୍ଶ ଦେଇଛନ୍ତି।

Comment