ଓଡ଼ିଶାଲାଇଭ୍ ବ୍ୟୁରୋ

ଆଖି ଆମ ଶରୀରର ଏକ ସମ୍ବେଦନଶୀଳ ଅଙ୍ଗ। ଏହାକୁ ସୁସ୍ଥ ରଖିବା ପାଇଁ ପ୍ରତିଦିନ କିଛି ନିର୍ଦ୍ଦିଷ୍ଟ ବ୍ୟାୟାମ କରିବା ଆବଶ୍ୟକ।

-ଆଖିକୁ ଯେକୌଣସି ସମସ୍ୟାରୁ ଦୂରେଇ ରଖିବା ପାଇଁ କିଛି ବ୍ୟାୟାମ ଅଭ୍ୟାସ କରିବା ଆବଶ୍ୟକ। ଆଖିକୁ ବାମରୁ ଡାହାଣ ଏବଂ ଡାହାଣରୁ ବାମ, ଉପର ତଳ ଏପରି ୩-୪ ଥର ବୁଲାନ୍ତୁ। ଧୀରେ ଧୀରେ ଏଭଳି କରିବେ।

-ସବୁଦିନ ସକାଳୁ ପ୍ରାଣାୟମ କରିବା ସହିତ ସବୁଜ ଗଛପତ୍ରକୁ କିଛି ସମୟ ଧରି ଚାହାନ୍ତୁ।

-କମ୍ପ୍ୟୁଟର ଆଗରେ କାମ କରୁଥିଲେ ପ୍ରତି ଅଧ ଘଣ୍ଟାରେ ବିରତି ନେଇ ଆଖିକୁ ଧୀରେ ଧୀରେ ବନ୍ଦ କରନ୍ତୁ ଏବଂ ଖୋଲନ୍ତୁ। ଏପରି ୫-୧୦ ଥର କଲେ ଥକ୍କାପଣ ରହିବ ନାହିଁ।

-ଯୋଗାଭ୍ୟାସ ପରେ ଦୁଇ ହାତର ପାପୁଲିକୁ ଘସି ଆଖିରେ ସେକ ପରି ଦିଅନ୍ତୁ। ଏହା ସବୁ ପ୍ରକାର ଥକ୍କାପଣକୁ ଦୂର କରେ।

-ଦୁଇଟି ଟାୱେଲ ନିଅନ୍ତୁ। ଗୋଟିଏ ଥଣ୍ଡା ପାଣିରେ ଏବଂ ଗୋଟିଏକୁ ଗରମ ପାଣିରେ ଭିଜାନ୍ତୁ। ପ୍ରଥମେ ଗରମ ପାଣିରେ ଭିଜିଥିବା ଟାୱେଲକୁ ଚିପୁଡ଼ି ମୁହଁରେ ଆବୃତ୍ତ କରନ୍ତୁ। ୩ ମିନିଟ୍ ପରେ ଥଣ୍ଡା ପାଣିରେ ଭିଜିଥିବା ଟାୱେଲକୁ ଚିପୁଡ଼ି ମୁହଁରେ ଦିଅନ୍ତୁ। ଏପରି କଲେ ରକ୍ତ ସଞ୍ଚାଳନ ଭଲ ହେବ।

Comment