ଓଡ଼ିଶାଲାଇଭ୍‌ ବ୍ୟୁରୋ

ବର୍ଷାଦିନେ ପୋଷାକକୁ ନେଇ ସମସ୍ତଙ୍କର ଚିନ୍ତା ଥାଏ।  ବିଶେଷକରି ମହିଳାମାନଙ୍କର। କାରଣ ଏହିଦିନରେ ପୋଷାକ ଶୁଖିବାରେ ଡେରି ସାଙ୍ଗକୁ କାଦୁଅ ଛିଟିକାର ଭୟ ଥାଏ। ତେଣୁ ବର୍ଷାଦିନେ କିପରି ପୋଷାକ ପିନ୍ଧିଲେ ତାହା ଷ୍ଟାଇଲିସ୍ ଲୁକ୍ ସହ ଆରାମ ଦେବ ସେମିତି ପୋଷାକ ଖୋଜିଥାଆନ୍ତି ମହିଳା।

ସିଫନ ଶାଢ଼ି ବା ଡ୍ରେସ:  ସିଫନ କପଡ଼ାରେ ତିଆରି ପୋଷାକର କ୍ରେଜ ପ୍ରାୟ ସବୁ ସମୟରେ ରହିଥାଏ । ବର୍ଷା ଦିନେ ସିଫନ୍‌ର ଡ୍ରେସ କିମ୍ବା ବର୍ଷାରେ ଭିଜିଲେ ମଧ୍ୟ କିଛି ସମୟ ପରେ ଶୁଖିଯାଏ। ଏହା ଅତ୍ୟନ୍ତ ହାଲୁକା ହୋଇଥାଏ। ତେଣୁ ଆରାମ ଦେଇଥାଏ। ବର୍ଷାଦିନେ ଆପଣ ଏହି ପୋଷାକ ପିନ୍ଧି ନିଜର କର୍ମସ୍ଥଳକୁ ଯାଇପାରିବେ।

କଟନ ପୋଷାକ- କଟନ ବା ସୂତାରେ ଡ୍ରେସକୁ ଲୋକ ସବୁ ୠତୁରେ ପିନ୍ଧିବାକୁ ପସନ୍ଦ କରନ୍ତିା ତେବେ ଆପଣ ବର୍ଷାଦିନେ ମଧ୍ୟ ସୂତା ବା କଟନର ଡ୍ରେସ ପିନ୍ଧିପାରିବେ। ଏପରି ପୋଷାକ ପିନ୍ଧିବା ଦ୍ୱାରା ହାଲୁକା ବର୍ଷାରେ ଆପଣ ଭିଜିଲେ ମଧ୍ୟ ଜଣାପଡ଼େ ନାହିଁ।  କିନ୍ତୁ ଧ୍ୟାନ ରଖିବେ ଯେପରି ପୋଷାକ ଟାଇଟ୍ ଫିଟିଙ୍ଗ୍ ନ ହୋଇଥାଏ। ନଚେତ୍ ଆପଣଙ୍କୁ ଅସହଜ ଅନୁଭବ ହେବ।

ନାଇଲନ୍ ଫେବ୍ରିକ୍‌- ବର୍ଷାଦିନେ ନାଇଲନ୍ ଫେବ୍ରିକ୍ ଡ୍ରେସ୍ ଆରାମଦାୟକ ହୋଇଥାଏ। ଏହା ବର୍ଷାରେ ଭିଜିଲେ ମଧ୍ୟ ବହୁତ ଶୀଘ୍ର ଶୁଖିଯାଇଥାଏ। ଖାସ୍ କରି ବର୍ଷା ଦିନେ ଏହି ଡ୍ରେସ୍‌ର ଅଧିକ କ୍ରେଜ ବଢିଥାଏ। କିନ୍ତୁ ଟାଇଟ୍ ଫିଟିଙ୍ଗ୍ ନ ପିନ୍ଧି ଟିକେ ଢିଲା ପୋଷାକ ପିନ୍ଧନ୍ତୁ ଫଳରେ ବର୍ଷାରେ ଭିଜିଲେ ମଧ୍ୟ ପୋଷାକ ଦେହରେ ଲାଗିଲା ଭଳି ଦେଖାଯିବ ନାହିଁ।

ଏହି ଦିନରେ ସ୍କିନ୍ ଫିଟିଙ୍ଗ୍ ଡ୍ରେସ୍ ବା ଟାଇଟ୍ ଫିଟିଙ୍ଗ୍ ଡ୍ରେସ୍ ଜମାରୁ ପିନ୍ଧନ୍ତୁ ନାହିଁ । ଏହା ଟିକେ ଭିଜିଲା ମାତ୍ରେ ଦେହରେ ଲାଗିଯିବ ଭଳି ଦେଖାଯାଏ। ଫଳରେ ଆପଣଙ୍କୁ ଅସହଜତା ଅନୁଭବ ହେବା ସହ ସର୍ଦ୍ଦି ହେବାର ମଧ୍ୟ ଆଶଙ୍କା ରହିଥାଏ।

ସ୍କାର୍ଫ – ବର୍ଷାଦିନେ ଯାହା ବି ଡ୍ରେସ ପିନ୍ଧୁଛନ୍ତି, ତା ସହିତ ମ୍ୟାଚିଙ୍ଗ କଲର୍‌ର ସ୍କାର୍ଫ ବା ଓଢଣୀ ନିଜ ପାଖରେ ସବୁବେଳେ ରଖନ୍ତୁ। ଫଳରେ କେଶ ଓ କାନ ଓଦା ହେବାରୁ ରକ୍ଷାପାଇ ଯିବା ସହିତ ଅଧିକ ଭିଜିଗଲେ ମଧ୍ୟ ସ୍କାର୍ଫ ଶରୀରକୁ ଘୋଡାଇ ରଖିପାରିବେ। ତେଣୁ ଘରୁ ବାହାରିବା କ୍ଷଣି ସ୍କାର୍ଫ ସାଙ୍ଗରେ ନେଇ ବାହାରନ୍ତୁ।

ଫ୍ଲୋରାଲ୍ ପ୍ରିଣ୍ଟ:- ବର୍ଷାଦିନେ ଝିଅମାନଙ୍କ ଭିତରେ ଫ୍ଲୋରାଲ୍ ପ୍ରିଣ୍ଟ ଡ୍ରେସ୍‌ର ଚାହିଦା ମଧ୍ୟ ଅଧିକ ଦେଖିବାକୁ ମିଳିଥାଏ। ଏହାର ରଙ୍ଗବେରଙ୍ଗୀ ପ୍ରିଣ୍ଟ ଓଦା ହେଲେ ବି ଜଣାପଡ଼େ ନାହିଁ। ଏହାସହ ଫ୍ଲୋରାଲ୍ ପ୍ରିଣ୍ଟ ପୋଷାକ ଆପଣଙ୍କୁ ଏକ ୟୁନିକ୍ ଲୁକ୍ ଦେଇଥାଏ।

ବର୍ଷା ଦିନେ ଆଦୌ ଧଳା ରଙ୍ଗର ପୋଷାକ ପିନ୍ଧନ୍ତୁ ନାହିଁ। କାରଣ ସାମାନ୍ୟ ବର୍ଷାରେ ଏହା ନଷ୍ଟ ହୋଇଯିବାର ସମ୍ଭାବନା ଥାଏ। ତେଣୁ ଚେଷ୍ଟା କରିବେ ସବୁବେଳେ ଗାଢ଼ ରଙ୍ଗର ଡ୍ରେସ୍‌ ପିନ୍ଧିବାକୁ।

Comment