ଓଡ଼ିଶାଲାଇଭ୍‌ ବ୍ୟୁରୋ

ଅଧିକାଂଶ ବିମାନଯାତ୍ରୀଙ୍କ ପ୍ରଥମ ପସନ୍ଦ ଥିବା ଇଣ୍ଡିଗୋ ବିମାନ ଏବେ ସଙ୍କଟରେ। ପାଇଲଟ ଅଭାବ ଯୋଗୁଁ ଗତ ଦୁଇଦିନ ହେବ ଇଣ୍ଡିଗୋ ତାହାର ଅନେକ ବିମାନକୁ ବାତିଲ କରୁଛି।

ପ୍ରଥମ ଦିନ ୩୦ଟି ବିମାନ ବାତିଲ କରିଥିବା ବେଳେ ଗତକାଲି ୪୯ଟି ବିମାନର ଉଡ଼ାଣକୁ ବାତିଲ କରିଛି।

ସୂଚନାନୁସାରେ ପାଇଲଟ ସମସ୍ୟା ଫେବ୍ରୁଆରି ମାସ ଯାକ ରହିବ। ଏହା ସହିତ ପ୍ରତିଦିନ ୩୦ଟି ବିମାନ ଉଡାଣ ବାଲିତ କରିବ ଇଣ୍ଡିଗୋ। ମାର୍ଚ୍ଚ ଶେଷ ସୁଦ୍ଧା ସବୁକିଛି ଠିକ୍‌ ହେବ ବୋଲି କୁହାଯାଉଛି।

କେବଳ ପାଇଲଟ ସମସ୍ୟା ନୁହଁ ଆଉ କିଛି ସମସ୍ୟା ରହିଛି ଯେଉଁଥିପାଇଁ ଇଣ୍ଡିଗୋ ବିମାନ ବାତିଲ କରୁଛି। ଏ ନେଇ ଡିଜିସିଏ ତଦନ୍ତ କରିପାରେ।

Comment