ଓଡ଼ିଶାଲାଇଭ୍ ବ୍ୟୁରୋ

(ଜୟପୁର): ପୂଣ ହେଲା ଅବିଭକ୍ତ କୋରାପୁଟ ଜିଲ୍ଲାର ଦୀର୍ଘ ବର୍ଷର ଦାବି। ଖୁବଶୀଘ୍ର ଜୟପୁର ଏୟାରପୋର୍ଟରୁ ଉଡ଼ାଣ ଭରିବ ଯାତ୍ରୀବାହୀ  ବିମାନ। ଏଥିପାଇଁ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ(ଡିଜିସିଏ) ଦେଇଛି ଅନୁମତି। ବୁଧବାର ଦିନ ଡିଜିସିଏ ଜୟପୁରରୁ ସବୁଦିନିଆ ବିମାନ ଉଡ଼ାଣକୁ ଅନୁମତି ପ୍ରଦାନ କରିଛି। ମନ୍ତ୍ରାଳୟ ପକ୍ଷରୁ ଏ ସମ୍ପର୍କୀତ ପତ୍ର ଓଡ଼ିଶା ସରକାରଙ୍କୁ ପ୍ରଦାନ କରାଯାଇଛି।

ଏହି ଅନୁମିତ ଅନୁସାରେ ଜୟପୁର ଏୟାରପୋର୍ଟରୁ ପ୍ରତ୍ୟେହ ସମାନ ସମୟରେ ଏରୋଡ୍ରମରୁ ଯାତ୍ରୀମାନଙ୍କୁ ନେଇ ଉଡ଼ାଣ ଭରିବ ବିମାନ। ଗତ ଅଗଷ୍ଟ ୩ ତାରିଖରେ ରାଜ୍ୟ ସରକାରଙ୍କ ପରିବହନ ବିଭାଗ ଇଣ୍ଡିଆ ଓ୍ଵାନ ଏୟାର ନାମକ ଏକ ସଂସ୍ଥାକୁ ଜୟପୁର-ଭୁବନେଶ୍ୱର ଓ ଜୟପୁର-ବିଶାଖାପାଟଣା ମଧ୍ୟରେ ୯ ସିଟ ଯୁକ୍ତ ବିମାନ ଚଳାଇବାକୁ ଅନୁମତି ପ୍ରଦାନ କରିଥିଲା। କିନ୍ତୁ ଡିଜିସିଏ ପକ୍ଷରୁ ଅନୁମତି ମିଳିନଥିବାରୁ ଏହି ବିମାନରେ ଯାତ୍ରା କରିପାରୁ ନଥିଲେ ଯାତ୍ରୀ।

ଗତ ୧୩ ତାରିଖରେ ୨ ଦିନ ଧରି ଡିଜିସିଏ ଓ ବ୍ୟୁରୋ ଅଫ ସିଭିଲ ଏଭିଏସନ ସିକ୍ୟୁରିଟି ଟିମ ଜୟପୁର ଏୟାରପୋର୍ଟରେ ପହଞ୍ଚି ଯାଞ୍ଚ କରି ଫେରିଥିଲେ। ଏହା ପରେ ଏହି ଏୟାରପୋର୍ଟରୁ ଯାତ୍ରୀ ବିମାନ ଚଳାଚଳ ପାଇଁ ଅନୁମତି ମିଳିଛି। ଏହି ଅନୁମତି ପରେ ଏବେ ଜୟପୁର ସହର ସହ ଅବିଭକ୍ତ କୋରାପୁଟ ଜିଲ୍ଲାବାସୀଙ୍କ ମଧ୍ୟରେ ଖୁସି ଦେଖିବାକୁ ମିଳିଛି।

ଭୁବନେଶ୍ୱର-ଜୟପୁର-ବିଶାଖାପାଟଣା ଓ ବିଶାଖାପାଟଣା-ଜୟପୁର-ଭୁବନେଶ୍ୱର ପ୍ରଥମ ପଯ୍ୟାୟରେ ୯ ସିଟ ବିଶିଷ୍ଟ ବିମାନ ଉଡ଼ାଣ ଭରିବ। ପରବର୍ତ୍ତୀ ସମୟରେ ବଡ଼ ବିମାନ ବ୍ୟବସ୍ଥା କରାଯିବ ବୋଲି ସୂଚନା ରହିଛି।

Tags: #Flights #JoypureAirport #Fly #DGCA #Permission

Comment