ଓଡ଼ିଶାଲାଇଭ୍‌ ବ୍ୟୁରୋ

ଚୀନ୍‌ରେ ପ୍ରାଣଘାତୀ ‘କୋରୋନା’ ଭୂତାଣୁର ଭୟଙ୍କର ରୂପ ଦେଖି ସତର୍କ ହେଲେ ଭାରତ ସରକାର। ବିଦେଶୀଙ୍କୁ ଚୀନ୍‌ରୁ ଭାରତ ଆସିବାକୁ ବାରଣ କଲା ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ। ଜାନୁଆରି ୧୫ ଓ ପରେ ଚୀନ୍‌ ଯାଇଥିବା ବିଦେଶୀଙ୍କ ଉପରେ ଏହି କଟକଣା ଲଗା ଯାଇଛି।

ଜଳ, ସ୍ଥଳ ଓ ଆକାଶ ମାର୍ଗରେ ଚୀନ୍‌ରୁ ଭାରତ ଫେରିବାକୁ ମନା କଲେ ସରକାର। ସେହିପରି ନେପାଳ, ଭୁଟାନ, ବାଂଲାଦେଶ ଓ ମିଆଁମାର ସୀମା ଦେଇ ଭାରତରେ ପ୍ରବେଶ କରିବା ଉପରେ ମଧ୍ୟ କଟକଣା କରାଯାଇଛି।

ଚୀନ୍‌ରେ ‘କୋରୋନା’ ଭାଇରସ୍‌ ଭୟଙ୍କର ରୂପ ନେବାରେ ଲାଗିଛି। ଏହା ଯୋଗୁଁ ଚୀନ୍‌ରେ ୬୨୩ ଜଣଙ୍କ ମୃତ୍ୟ ହୋଇଥିବା ବେଳେ ୩୦ ହଜାରରୁ ଅଧିକ ଲୋକ ଆକ୍ରାନ୍ତ ହୋଇଛନ୍ତି। ସେହିପରି ଭାରତରେ ଏହାର ମୁକାବିଲା ପାଇଁ ରାଜ୍ୟ ସରକାର ବ୍ୟାପକ ପଦକ୍ଷେପ ଗ୍ରହଣ କରିଛନ୍ତି।

Comment