ଓଡ଼ିଶାଲାଇଭ୍ ବ୍ୟୁରୋ

ଏଣିକି ବିମାନ ଯାତ୍ରା ସମୟରେ ବିମାନର ମଝି ସିଟ୍ ଫାଙ୍କା ରହିବ। ବିମାନର ମଝି ସିଟରେ ବସି ଯାତ୍ରୀମାନେ ବିମାନ ଯାତ୍ରା କରିପାରିବେ ନାହିଁ। ଏନେଇ ଆଜି ଡିଜିସିଏ ପକ୍ଷରୁ ଏଭଳି କିଛି ଗାଇଡଲାଇନ୍ ଧାର୍ଯ୍ୟ କରାଯାଇଛି।
ଏଥିରେ କୁହାଯାଇଛି ଯେ, ବିମାନ ଯାତ୍ରା ସମୟରେ ଯେଭଳି ମଝି ସିଟ୍ ଫାଙ୍କା ରହିବ ସେନେଇ ସବୁ କମ୍ପାନି ବ୍ୟବସ୍ଥା କରିବେ। ଯଦି ଗୋଟିଏ ପରିବାରର ସଦସ୍ୟ ବିମାନରେ ବସି ଯାତ୍ରା କରୁଛନ୍ତି ତେବେ ତାଙ୍କୁ ମଝି ସିଟ ଦିଆଯାଇପାରିବ। ହେଲେ ଏଥିପାଇଁ ସେହି ଯାତ୍ରୀଙ୍କୁ ଏୟାରଲାଇନ୍ସ କମ୍ପାନି ପିପିଇ ଦେବାକୁ ପଡ଼ିବ ବୋଲି କୁହାଯାଇଛି।

ସେହିପରି ବିମାନ ଯାତ୍ରା ସମୟରେ ସମସ୍ତ ଯାତ୍ରୀଙ୍କୁ ମାସ୍କ, ଫେସ୍ ସିଲଡ୍ ଓ ସାନିଟାଇଜର ଦିଆଯିବ। ପୂର୍ବରୁ ଯେଭଳି ବିମାନ ଭିତରେ ଯାତ୍ରୀମାନଙ୍କୁ ଖାଇବାକୁ ଓ ପିଇବାକୁ ଦିଆଯାଉଥିଲା ଆଉ ସେଭଳି ଦିଆଯିବ ନାହିଁ। ପ୍ରତିଥର ବିମାନଯାତ୍ରା ପରେ ସିଟଗୁଡ଼ିକ ସାନିଟାଇଜ୍ କରାଯିବ ବୋଲି କୁହାଯାଇଛି।

Comment