ଓଡ଼ିଶାଲାଇଭ୍ ପଲିଟିକାଲ୍ ବ୍ୟୁରୋ

ସାଧାରଣ ନିର୍ବାଚନକୁ ଅଳ୍ପଦିନ ବାକିଥିବା ବେଳେ ଉଭୟ ବିଜେପି ଓ କଂଗ୍ରେସର ହେବିୱେଟ ନେତା ଓଡ଼ିଶାକୁ ଗସ୍ତ କରୁଛନ୍ତି।

ରାହୁଲ ଗାନ୍ଧି ୧୨ଦିନ ମଧ୍ୟରେ ଦୁଇଥର ଓଡିଶା ଆସିଥିବା ବେଳେ ପୁଣିଥରେ ଫେବ୍ରୁଆରି ଶେଷ ସପ୍ତାହରେ ଆସୁଛନ୍ତି।

ଏହି ଗସ୍ତ ସମୟରେ ରାହୁଲ ବରଗଡ଼ ଯିବେ। ସେଠାରେ ଆୟୋଜନ ହେବାକୁ ଥିବା ଏକ ରାଲିରେ ଯୋଗଦେବେ।

ରାହୁଲ ସଭାପତି ହେବା ପରେ ଏହା ପ୍ରଥମ ବରଗଡ଼ ଜିଲ୍ଲା ଗସ୍ତ। ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି ତାରିଖ ସ୍ଥିର ହୋଇନଥିଲେ ସୁଦ୍ଧା ଫେବ୍ରୁଆରି ୨୬ରୁ ୨୮ ଭିତରେ ଆସିପାରନ୍ତି।

ଫେବ୍ରୁଆରି ମାସରେ ଏହା ରାହୁଲଙ୍କ ଦ୍ୱିତୀୟ ଓଡ଼ିଶା ଗସ୍ତ। ଫେବ୍ରୁଆରି ୬ରେ ଭବାନୀପାଟଣା ଓ କୋରପୁଟ ଗସ୍ତରେ ଆସି ରାହୁଲ ସିଧାସଳଖ ନରେନ୍ଦ୍ର ମୋଦି ଓ ନବୀନ ପଟ୍ଟନାୟକଙ୍କ ଉପରେ ବର୍ଷିଥିଲେ। ତେବେ ଏଥର ବରଗଡରେ ରାହୁଲ କେଉଁ ପ୍ରସଙ୍ଗ ଉଠାଉଛନ୍ତି ତାହାକୁ ନେତା କର୍ମୀ ଅପେକ୍ଷା କରିଛନ୍ତି। ଅନ୍ୟପଟେ ସଭାପତି ରାହୁଲ ଗାନ୍ଧିଙ୍କର ବାରମ୍ବାର ଓଡିଶା ଗସ୍ତକୁ ନେଇ କଂଗ୍ରେସ କର୍ମୀ ଉତ୍ସାହିତ ଅଛନ୍ତି।

Comment