ଓଡ଼ିଶାଲାଇଭ୍ ବ୍ୟୁରୋ

ନବୀନ ନିବାସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଜଣାଇଛନ୍ତି ଅଙ୍ଗନବାଡ଼ି କର୍ମୀ ଓ ସହାୟିକା। ସେମାନଙ୍କର ଦାବୀ ସରକାର ପୂରଣ କରିଥିବାରୁ ନବୀନ ନିବାସରେ ହଜାର ହଜାର ସଂଖ୍ୟାର ଅଙ୍ଗନବାଡି କର୍ମୀ ଓ ସହାୟିକା ମୁଖ୍ୟମନ୍ତ୍ରୀଙ୍କୁ ଭେଟି କୃତଜ୍ଞତା ଜଣାଇଛନ୍ତି।

ଗତ ୧୨ତାରିଖରେ ଅଙ୍ଗନବାଡି କର୍ମୀଙ୍କ ଦରମା ବୃଦ୍ଧି ଓ ଅବସର ବୟସ ସୀମାକୁ ବୃଦ୍ଧି କରିଥିଲେ ରାଜ୍ୟସରକାର।  କର୍ମୀଙ୍କ ଅବସର ବୟସ ସୀମାକୁ ୬୦ରୁ ୬୨ବର୍ଷକୁ ବୃଦ୍ଧି କରିଛନ୍ତି ରାଜ୍ୟସରକାର।

ଏହାସହିତ କର୍ମୀ ଓ ସହାୟିକାଙ୍କୁ ବର୍ଷକୁ ୧୫ଦିନ ଖରାଛୁଟି ମିଳିବା ନେଇ ମଧ୍ୟ ଘୋଷଣା କରାଯାଇଛି। କର୍ମୀ ମାନେ ଅନେକ ସମୟରେ ସେମାନଙ୍କର ଦାବୀ ପୂରଣ ନେଇ ଅନେକ ଆନ୍ଦୋଳନ ଓ ଧାରଣା କରିଆସୁଥିଲେ। ଯାହାକୁ ଶେଷରେ ମାନି ନେଇଛନ୍ତି ରାଜ୍ୟସରକାର।

Comment