ଓଡ଼ିଶାଲାଇଭ୍‌ ପଲିଟିକାଲ୍‌ ବ୍ୟୁରୋ

କଂଗ୍ରେସରୁ ଇସ୍ତଫା ଦେଇଛନ୍ତି ଝାରସୁଗୁଡ଼ା ବିଧାୟକ ନବ ଦାସ। ଏହା ପରେ ନବ ଦାସଙ୍କର ଆଉ ବିଧାୟକ ପଦ ରହିବ ନାହିଁ। ଏଥିପାଇଁ ଓଡ଼ିଶା ବିଧାନସଭାରେ ବିରୋଧୀ ଦଳ ନେତା ପଦ ପାଇଁ ସଙ୍କଟ ସୃଷ୍ଟି ହୋଇଛି। କଂଗ୍ରେସ ଟିକେଟରେ ଝାରସୁଗୁଡ଼ା ଆସନରୁ ନିର୍ବାଚିତ ହୋଇଥିବା ନବ ଦାସ ଦଳ ଛାଡ଼ିବା ପରେ, ତାଙ୍କ ବିଧାୟକ ପଦକୁ ଆଯୋଗ୍ୟ ଘୋଷଣା କରିବାକୁ ପ୍ରକ୍ରିୟା ଆରମ୍ଭ ହୋଇଥିବା କଂଗ୍ରେସ ଶୃଙ୍ଖଳା କମିଟି ତରଫରୁ କୁହାଯାଇଛି।

ନବଙ୍କ ବିଧାୟକ ପଦ ଅଯୋଗ୍ୟ ଘୋଷିତ ହେଲେ ଓଡ଼ିଶା ବିଧାନସଭାରେ କଂଗ୍ରେସ ସଦସ୍ୟଙ୍କ ସଂଖ୍ୟା ୧୪ ରହିବ। ନିୟମ ଅନୁସାରେ ୧୪୭ ଆସନ ବିଶିଷ୍ଟ ବିଧାନସଭାରେ କଂଗ୍ରେସର ସଂଖ୍ୟା ଏକ ଦଶମାଂଶ ଅର୍ଥାତ ୧୫ଜଣ ସଦସ୍ୟ ରହିଲେ ବିରୋଧୀ ଦଳ ନେତା ପଦ ରହିବ।

ମାତ୍ର ନବଙ୍କ ଇସ୍ଥଫା ପରେ କଂଗ୍ରେସର ବିଧାୟକ ପଦ, ସଂଖ୍ୟା ଦୃଷ୍ଟିରୁ ନରସିଂହ ମିଶ୍ରଙ୍କ ବିରୋଧୀ ଦଳ ନେତା ପଦ ରହିବ ନାହିଁ। ପଞ୍ଚଦଶ ବିଧାନସଭାର କାର୍ଯ୍ୟକାଳକୁ ଆଉ ମାତ୍ର ୪ମାସ ରହିଛି। ଫେବୃଆରୀ ୪ରେ ବଜେଟ ତଥା ଶେଷ ଅଧିବେଶନରେ ବିଧାନସଭା ବିରୋଧୀ ଦଳ ନେତାଶୂନ୍ୟ ହେବ।

ଗତ ନଭେମ୍ବର ମାସରେ ଯେତେବେଳେ କଂଗ୍ରେସ ବିଧାୟକ କୃଷ୍ଣ ଚନ୍ଦ୍ର ଶଗରିଆ ଇସ୍ଥଫା ଦେଇଥିଲେ ସେତେବେଳେ ବିରୋଧୀ ଦଳ ନେତା ପଦକୁ ନେଇ ସଙ୍କଟ ଦେଖାଦେଇଥିଲା। କିନ୍ତୁ ସେତେବେଳେ ସମତାକ୍ରାନ୍ତି ଟିକେଟରେ ବୀରମିତ୍ରପୁର ଆସନରୁ ନିର୍ବାଚିତ ଜର୍ଜ ତୀର୍କୀ କଂଗ୍ରେସ ଦଳରେ ସାମିଲ ହେବାରୁ ଏହି ସଙ୍କଟ ଟଳି ଯାଇଥିଲା। ଯାହା ବିଧାୟକ ନବ ଦାସ କଂଗ୍ରେସର ହାତ ଛାଡ଼ିବା ପରେ ପୁଣିଥରେ ଦେଖାଦେଇଛି।

Comment