ଓଡ଼ିଶାଲାଇଭ୍ ବ୍ୟୁରୋ

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଗୁରୁତ୍ଵପୂର୍ଣ୍ଣ ପ୍ରଶାସନିକ ଦାୟିତ୍ଵ ପାଇଁ ତିନି ପ୍ରବାସୀ ଭାରତୀୟଙ୍କୁ ବାଛିଛନ୍ତି। ହ୍ୱାଇଟ୍‌ ହାଉସ୍‌ ଦ୍ୱାରା ସିନେଟକୁ ପଠାଯାଇଥିବା ନୂଆ ନାମାଙ୍କନ ସୂଚୀରେ ତିନି ପ୍ରବାସୀ ଭାରତୀୟଙ୍କ ନାମ ରହିଛି। ସେମାନେ ହେଲେ ରୀତା ବରନ୍‌ୱାଲ, ଆଦିତ୍ୟ ବମଜାଇ, ବିମଲ ପଟେଲ।

ରୀତା ବରନ୍‌ୱାଲଙ୍କୁ ଶକ୍ତି ବିଭାଗର ସହାୟକ ସଚିବ ଭାବେ ନାମାଙ୍କିତ କରିଛନ୍ତି ଟ୍ରମ୍ପ।

ଆଦିତ୍ୟ ବମଜାଇଙ୍କ ପିସିଏଲଓବ( ପାଇଭେସି ଆଣ୍ଡ ସିଭିଲ ଲିବର୍ଟିଜ ଓଭରସାଇଟ ବୋର୍ଡ)ର ସଦସ୍ୟ ଭାବେ ବଛାଯାଇଛି।

ସେହିପରି ବିମଲ ପଟେଲଙ୍କୁ ଅର୍ଥ ବିଭାଗର ସହାୟକ ସଚିବ ଭାବେ ଚୟନ କରାଯାଇଛି।

ଏହି ତିନି ଜଣଙ୍କ ପୂର୍ବରୁ ଟ୍ରମ୍ପ ପାଖାପାଖି ୩୬ ଜଣ ପ୍ରବାସୀ ଭାରତୀୟଙ୍କୁ ଅନ୍ୟ ପ୍ରଶାସନିକ କ୍ଷେତ୍ରରେ ଗୁରୁତ୍ଵପୂର୍ଣ୍ଣ ପଦରେ ନିଯୁକ୍ତି ଦେଇଛନ୍ତି ଟ୍ରମ୍ପ।

Comment