ଓଡ଼ିଶାଲାଇଭ୍‌ ବ୍ୟୁରୋ

ଜାନୁଆରୀ ୧୫ ହେବ ‘ବିରାଟ’ ଡେ! ୩ ବର୍ଷ ହେଲା ଏହି ଗୋଟିଏ ତାରିଖରେ କରୁଛନ୍ତି ଶତକ। 

ଟିମ୍ ଇଣ୍ଡିଆ ଅଧିନାୟକ ତଥା ରନ୍ ମେସିନ୍ ବିରାଟ କୋହଲି ଅଷ୍ଟ୍ରେଲିଆ ବିପକ୍ଷ ଦ୍ୱିତୀୟ ଦିନିକିଆରେ ଶତକ ହାସଲ କରିଛନ୍ତି। ଏହା ୨୦୧୯ରେ ବିରାଟଙ୍କ ପ୍ରଥମ ଶତକ। ବିରାଟ ୧୧୨ ବଲରେ ୫ଟି ଚୌକା ଓ ୨ଟି ଛକା ସହ ୧୦୪ ରନ୍ କରିଥିଲେ। ବିରାଟଙ୍କ ଏହି ଶତକୀୟ ଇନିଂସ୍ ବଳରେ ଟିମ୍ ଇଣ୍ଡିଆ ମ୍ୟାଚ୍ ଜିତିବା ସହ ୩ ଟିକିଆ ଦିନିକିଆ ସିରିଜ୍ ମଧ୍ୟ ୧-୧ରେ ବରାବର କରିଛି।

ଗତ ୩ ବର୍ଷ ହେଲା ୧୫ ଜାନୁଆରୀ ବିରାଟଙ୍କ ପାଇଁ ଲକି ସାବ୍ୟସ୍ତ ହୋଇଛି।  ବିରାଟ ୨୦୧୭, ୨୦୧୮ ଓ ୨୦୧୯ ବର୍ଷର ପ୍ରଥମ ଶତକ ଜାନୁଆରୀ ୧୫ ତାରିଖରେ ହିଁ ହାସଲ କରିଛନ୍ତି। ଏହା ପୂର୍ବରୁ କୌଣସି ଖେଳାଳି ଲଗାତାର ତିନି ବର୍ଷ ଧରି ଗୋଟିଏ ତାରିଖରେ ଶତକ ହାସଲ କରିପାରିନାହାନ୍ତି।

୨୦୧୭ ମସିହା ଜାନୁଆରୀ ୧୫ରେ ମଧ୍ୟ ବିରାଟ ଶତକ ହାସଲ କରିଥିଲେ। ଇଂଲଣ୍ଡ ବିପକ୍ଷ ପୁଣେସ୍ଥିତ ମ୍ୟାଚରେ ବିରାଟ ୧୨୨ ରନ ଇନିଂସ୍ ଖେଳିଥିଲେ। ଏହି ଇନିଂସରେ ବିରାଟ ୮ଟି ଚୌକା ଓ ୫ଟି ଛକା ମାରିଥିଲେ। ଏହା ବିରାଟଙ୍କ ୨୭ତମ ଶତକ ଥିଲା।

ସେହିପରି ୨୦୧୮ ଜାନୁଆରୀ ୧୫ରେ ମଧ୍ୟ ବିରାଟ ବର୍ଷର ପ୍ରଥମ ଶତକ ହାସଲ କରିଥିଲେ। ଦକ୍ଷିଣ ଆଫ୍ରିକା ବିପକ୍ଷ ଟେଷ୍ଟରେ ବିରାଟ ୨୧୭ ବଲରେ ୧୫୩ ରନ୍ର ଇନିଂସ୍ ଖେଳିଥିଲେ। ଏହା ଥିଲା ୨୦୧୮ରେ ବିରାଟଙ୍କ ପ୍ରଥମ ଶତକ। ୨୦୧୯ ଜାନୁଆରୀ ୧୫ରେ ବିରାଟ ଅଷ୍ଟ୍ରେଲିଆ ବିପକ୍ଷରେ ଶତକ ହାସଲ କରିଥିଲେ। ଏହା ୨୦୧୯ରେ ବିରାଟଙ୍କ ପାଇଁ ପ୍ରଥମ ଶତକ।

Comment