ଓଡ଼ିଶାଲାଇଭ୍‌ ବ୍ୟୁରୋ

କିଛି ଦିନ ମଧ୍ୟରେ ରାଜ୍ୟରେ ଶୀତର ଅନୁଭୂତି କିଛି ମାତ୍ରାରେ କମିଯାଇଥିଲା। କିନ୍ତୁ ଗୁରୁବାର ରାତିରେ ପୁଣି ଲେଉଟାଣି ଦେଇଛି ଶୀତ। ଉତ୍ତର ଓଡ଼ିଶା ପଶ୍ଚିମ ଓଡ଼ିଶାର କିଛିଟା ସ୍ଥାନରେ ଶୀତ ଅନୁଭୂତ ହୋଇଥିଲା। ଗୁରୁବାର ରାଜ୍ୟର ପ୍ରାୟ ୧୨ଟି ଜିଲ୍ଲାରେ ପାରଦ ୧୦ ଡିଗ୍ରୀ ସେଲ୍‌ସିୟସ୍‌ ତଳେ ରହିଥିଲା।

ଆସନ୍ତା ଦୁଇଦିନ ଅର୍ଥାତ ଶୁକ୍ରବାର ଶନିବାର ଏଭଳି ଶୀତୁଆ ପାଗ ରହିବ। ରାତିରେ ଜାଡ଼ର ଅନୁଭୂତି ବେଶୀ ରହିବ। ଏପରିକି କିଛି ସ୍ଥାନରେ ପାରଦ ୩ରୁ ୫ ଡିଗ୍ରୀ ସେଲସିୟସକୁ ଖସିବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି।

ପାଣିପାଗ ବିଭାଗ ତରଫରୁ କୁହାଯାଇଛି ଯେ ସୁନ୍ଦରଗଡ଼, ସମ୍ବଲପୁର, ଝାରସୁଗୁଡ଼ା, ଦେଓଗଡ଼, ବଲାଙ୍ଗିର, କେନ୍ଦୁଝର, ଅନୁଗୁଳ, ସୋନପୁର, ବୌଦ୍ଧ, ବରଗଡ଼, ଢେଙ୍କାନାଳ, ବାଲେଶ୍ୱର, ମୟୂରଭଞ୍ଜ ଜିଲ୍ଲାରେ ସର୍ବନିମ୍ନ ତାପମତ୍ରା ୩ରୁ ୫ ଡିଗ୍ରୀ ହ୍ରାସ ହେବାର ସମ୍ଭାବନା ରହିଛି। ଉପକୂଳ ଓଡ଼ିଶାରେ ଦିନ ଅପେକ୍ଷା ରାତିରେ ଥଣ୍ଡା ପବନ ବେହିବାର ସମ୍ଭାବନା ରହିଛି। ୨୦ ତାରିଖ ବେଳକୁ ସର୍ବନିମ୍ନ ତାପମାତ୍ରା ୨ରୁ ୩ ଡିଗ୍ରୀ ବୃଦ୍ଧି ଘଟିବ। ୨୦ ତାରିଖ ବେଳକୁ ସର୍ବନିମ୍ନ ତାପମାତ୍ରାରେ ୨ରୁ ୩ ଡିଗ୍ରୀ ବୃଦ୍ଧି ଘଟିବାର ସମ୍ଭାବନା ଅଛି।

Comment