ଓଡ଼ିଶାଲାଇଭ୍‌ ବ୍ୟୁରୋ

ଆରମ୍ଭ ହେଲା ରାଜଧାନୀ ଏକ୍ସପ୍ରେସ ବସ୍‌ ସେବା। ଯାତ୍ରୀଙ୍କ ସୁବିଧା ଲାଗି ବସ୍‌ରେ ଅଛି ସମସ୍ତ ବ୍ୟବସ୍ଥା

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜଧାନୀ ଏକ୍ସପ୍ରେସ ବସ ସେବାର ଶୁଭାରମ୍ଭ କରିଛନ୍ତି। ୨୩ଟି ଏସି ବସର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଯାତ୍ରୀଙ୍କ ସୁବିଧାକୁ ଦୃଷ୍ଟିରେ ରଖି ରାଜ୍ୟସରକାରଙ୍କ ତରଫରୁ ଏହି ସେବା ଆରମ୍ଭ କରାଯାଇଛି।

ବସ୍‌ରେ ଯାତ୍ରୀଙ୍କ ସୁବିଧା ଲାଗି ସମସ୍ତ ବ୍ୟବସ୍ଥା କରାଯାଇଛି। ଯେଉଁଥିରେ ଶୀତତାପ ନିୟନ୍ତ୍ରିତ ବ୍ୟବସ୍ଥା ରହିଛି। ଏହା ସହିତ ନିଶୁକ୍ଳ ୱାଇ-ଫାଇ ସେବା, ମୋବାଇଳ ଚାର୍ଜିଂ ସୁବିଧା, ସିସିଟିଭି କ୍ୟାମେରା, ଭେଇକିଲ୍‌ ଟ୍ରାକିଂ, ପାନୀୟଜଳ ଭଳି ସୁବିଧା ଏହି ଏକ୍ସପ୍ରେସ ବସରେ ଯାତ୍ରୀ ମାନେ ପାଇପାରିବେ। ଏହି ବସ ଲାଗି ଅନଲାଇନରେ ଟିକେଟ୍‌ ବୁକିଂ ହୋଇପାରିବ।

ଏହିବସ୍ ଭୁବନେଶ୍ୱର-ଫୁଲବାଣୀ, ଭୁବନେଶ୍ୱର-ରାଉରକେଲା, ଭୁବନେଶ୍ୱର-ଭଞ୍ଜନଗର, ଭୁବନେଶ୍ୱର-ବୁର୍ଲା, ଭୁବନେଶ୍ୱର-ରାଜଗାଙ୍ଗପୁର ସହିତ ଅନ୍ୟାନ୍ୟ ଜିଲ୍ଲାକୁ ଗଡ଼ିବ।

Comment