ଓଡ଼ିଶାଲାଇଭ୍ ବ୍ୟୁରୋ
ଭାବବିହ୍ୱଳ ହୋଇ ଗୋପପୁରବାସୀ କୃଷ୍ଣ, ବଳାରାମଙ୍କୁ ବିଦାୟ ଦେଇଥିଲେ।
ଧନୁଯାତ୍ରା ଦେଖିବା ପାଇଁ କୃଷ୍ଣ ଏବଂ ବଳାରାମ ଗୋପପୁର ଛାଡ଼ି ଅକ୍ରୁରଙ୍କ ସହିତ ମଥୁରା ଅଭିମୁଖେ ଯାତ୍ରା କରିଛନ୍ତି। ଏହାକୁ ନେଇ ଗୋପପୁରବାସୀ ଭାବବିହ୍ୱଳ ହୋଇପଡ଼ିଥିଲେ।
ଏପଟେ ମଥୁରାରେ କଂସ ମହାରାଜା ନଗର ପରିକ୍ରମା କରିବା ସହ ପ୍ରଜାଙ୍କ ସୁଖଦୁଃଖ ବୁଝିଥିଲେ। କୃଷ୍ଣ, ବଳାରାମ ମଥୁରା ଯାତ୍ରା କରୁଥିବାରୁ କଂସ ଭୟଭୀୟ ହୋଇପଡ଼ିଛନ୍ତି। କାଳେ କିଛି ଅଘଟଣ ଘଟିବ ସେଥିପାଇଁ କଂସ ମନ୍ତ୍ରୀ ପରିଷଦ ବୈଠକରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରିବାକୁ ତାଗିଦ କରିଛନ୍ତି।
କୃଷ୍ଣ ମଥୁରାକୁ ଆସୁଥିବା ଖବର ପାଇ ଆମ୍ରବଣ (ଗୋବିନ୍ଦପାଲ୍ଲି)ରେ ଥିବା ମୁନି ଋଷିମାନେ ଆନନ୍ଦିତ ହୋଇଯାଇଛନ୍ତି। ଖବରପାଇ କଂସ ମହାରାଜା ଆମ୍ରବଣ ଯାଇ ମୁନିଋଷିଙ୍କୁ ଉପରେ ଆକ୍ରମଣ କରିଥିଲେ। ମୁନିଋଷିମାନଙ୍କୁ କଂସ ନିଜ ବନ୍ଦୀଶାଳାରେ ରଖିଛନ୍ତି।
ଧନୁଯାତ୍ରାର ୧୦ମ ଦିନରେ କୃଷ୍ଣ, ବଳରାମ ମଥୁରାରରେ ପ୍ରବେଶ କରିବେ। ସୁଦାମାଙ୍କ ସହ ଭେଟ, ରଜକକୁ ସାକ୍ଷାତ, କୁବୁଜା ଉଦ୍ଧାର, ନଗରଭ୍ରମଣ, ଯୁଦ୍ଧ ପାଇଁ କଂସ ମହରାଜାଙ୍କ ପ୍ରସ୍ତୁତି ଆଦି କାର୍ଯ୍ୟକ୍ରମ ରହିଛି।








ଭାବବିହ୍ୱଳ ହୋଇ ଗୋପପୁରବାସୀ କୃଷ୍ଣ, ବଳାରାମଙ୍କୁ ବିଦାୟ ଦେଇଥିଲେ।







