ଓଡ଼ିଶାଲାଇଭ୍ ବ୍ୟୁରୋ

ମୁକ୍ତାକାଶ ରଙ୍ଗମଞ୍ଚରେ ୧୧ ଦିନ ଧରି ଚାଲିଥିବା ବିଶ୍ଵ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ଶେଷ ହୋଇଛି। ଧନୁଯାତ୍ରା ସରିବା ପରେ ପ୍ରାୟଶ୍ଚିତ କରିବାକୁ ଶ୍ରୀକ୍ଷେତ୍ର ପୁରୀରେ ପହଞ୍ଚିଛନ୍ତି ମହାରାଜା କଂସ। ମହୋଦଧିରେ ବୁଡ଼ ପକାଇ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କୁ କ୍ଷମା ପ୍ରାର୍ଥନା କରିଛନ୍ତି କଂସଙ୍କ ଭୂମିକାରେ ଅଭିନୟ କରିବା ଥିବା ହୃଷିକେଶ ଭୋଇ।

ଧନୁଯାତ୍ରାରେ ଭଗବାନ ଶ୍ରୀକୃଷ୍ଣଙ୍କ ପ୍ରତି ଅପଶବ୍ଦ ପ୍ରୟୋଗ କରିଥିବାରୁ ସେ କ୍ଷମା ପ୍ରାର୍ଥନା କରିଛନ୍ତି। ମହୋଦଧୀରେ ସ୍ନାନ କରିବା ପରେ ବରଗଡ଼ ଧନୁଯାତ୍ରାର କଂସ ମହାରାଜା ହୃଷିକେଶ ଭୋଇ ଶ୍ରୀମନ୍ଦିରରେ ପଞ୍ଚିଥିଲେ। ସେଠାରେ ବଡ଼ଠାକୁରଙ୍କ ଆଗରେ ସାଷ୍ଟାଙ୍ଗ ପ୍ରଣିପାତ କରି ପଶ୍ଚାତାପ କରିଥିଲେ। ଏହା ପରେ ପୁରୀ ଗୋବର୍ଦ୍ଧନ ପୀଠକୁ ଯାଇ ଜଗଦଗୁରୁ ଶଙ୍କରାଚାର୍ଯ୍ୟଙ୍କୁ ସାକ୍ଷତା କରି ଆଶୀର୍ବାଦ ନେଇଥିଲେ।

Tags: #WorldFamousBargarhDahnujatra #KansaMaharaj #HrushikeshBhoi #ShreeKhetraPuri

Comment