ଓଡ଼ିଶାଲାଇଭ୍ ବ୍ୟୁରୋ

ଆସନ୍ତା ୨୦୨୪ ଜାନୁଆରି ୧୫ ତାରିଖରୁ ଆରମ୍ଭ ହେବ ବିଶ୍ଵ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା। ଜାନୁଆରି ୧୫ରୁ ୨୫ ତାରିଖ ପର୍ଯ୍ୟନ୍ତ ୧୧ ଦିନ ଧରି ଧନୁଯାତ୍ରା ଚାଲିବ। ଧନୁଯାତ୍ରା କମିଟିର ଅଧ୍ୟକ୍ଷ ତଥା ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ପ୍ରସ୍ତୁତି ବୈଠକରେ ୭୬ ତମ ବରଗଡ଼ ଧନୁଯାତ୍ରା ପାଇଁ ତାରିଖ ଧାର୍ଯ୍ୟ ହୋଇଛି।

ବରଗଡ଼ ସହର ପାଲଟିବ ମଥୁରା ନଗରୀ ଏବଂ ଅମ୍ବାପଲି ପାଲଟିବ ଗୋପପୁର। ବିଶ୍ୱର ସବୁଠାରୁ ବଡ଼ ମୁକ୍ତାକାଶ ରଙ୍ଗମଞ୍ଚରେ ଶ୍ରୀକୃଷ୍ଣଙ୍କ ଜନ୍ମଠୁ ଆରମ୍ଭ କରି କଂସବଧ ଯାଏଁ ବିଭିନ୍ନ ଦୃଶ୍ୟ ଅଭିନୀତ ହେବ। ୧୧ ଦିନ ଧରି ଚାଲିବାକୁ ଥିବା ବିଶ୍ଵ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରାରେ ମୁଖ୍ୟ ନାୟକ ସାଜିବେ ମଥୁରା ନରେଶ କଂସ ମହାରାଜା।

Tags: #Bargarh #WorldfamousBargarhDhanuYatra #Tradition #Odisha #KansaMaharaja

LEAVE A REPLY

Please enter your comment!
Please enter your name here